
ସୁବର୍ଣ୍ଣପୁର 1 ନଭେମ୍ବର (ହି.ସ.)
ସୋନପୁର ମଡେଲ ଡିଗ୍ରୀ କଲେଜ ଠାରେ ଡ୍ରଗ ଏଡିକ୍ସନ ଓ ତମାଖୁ ମୁକ୍ତ ଯୁବା ଅଭିଯାନ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପକ କମଳା ସିଂ ଉପସ୍ଥିତ ଥିଲେ। ଶକ୍ତିଶ୍ରୀ ଏମପୱାରମେଣ୍ଟ କେନ୍ଦ୍ର ତରଫରୁ ମଡେଲ ଡିଗ୍ରୀ କଲେଜ ଅନୁଷ୍ଠିତ କାର୍ଯକ୍ରମ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ଆଲୋକ କୁମାର ମିଶ୍ର, ଜିଲ୍ଲା ପରାମର୍ଶଦାତା ଏବଂ ବୃନ୍ଦାବନ ସାହୁ, ସହକାରୀ ଜିଲ୍ଲା ସହ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମରେ ଡ୍ରଗ ଏଡିକ୍ସନ ଏବଂ ତମାଖୁ ମୁକ୍ତ ଯୁବା ଅଭିଯାନ 4.0 ର ମୁଖ୍ୟ ଉଦ୍ଦେଶ୍ୟ କୁ ଉଲ୍ଲେଖ କରାଗଲା।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ