ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ୧୦୮ ତମ ପ୍ରତିଷ୍ଠା ଦିବସ ପାଳିତ
କେନ୍ଦୁଝର, ୧୧ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଳାର ଅନ୍ୟତମ ବ୍ୟବସାୟୀକ ପେଣ୍ଠସ୍ଥଳି ଢେଙ୍କିକୋଟ ଠାରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ୧୦୮ ତମ ପ୍ରତିଷ୍ଠା ଦିବସ ଶାଖା ପରିଚାଳକ ଭକ୍ତହରି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର, ବରେଣ
Union Bank


କେନ୍ଦୁଝର, ୧୧ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଳାର ଅନ୍ୟତମ ବ୍ୟବସାୟୀକ ପେଣ୍ଠସ୍ଥଳି ଢେଙ୍କିକୋଟ ଠାରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ୧୦୮ ତମ ପ୍ରତିଷ୍ଠା ଦିବସ ଶାଖା ପରିଚାଳକ ଭକ୍ତହରି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର, ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ କୁଳମଣୀ ମଣ୍ଡଳ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରଦୀପ କୁମାର ଦାଶ ଓ ବରିଷ୍ଟ ସାମ୍ବାଦିକ ନୃସିଂହନାଥ ସିଂହ ପ୍ରମୁଖ ଯୋଗ ଦେଇ ୟୁନିୟନ ବ୍ୟାଙ୍କ ଭଳି ପ୍ରତିଷ୍ଟିତ ଜାତୀୟ କରଣ ବ୍ୟାଙ୍କ ଅଂଚଳବାସୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ଏହି ଶାଖାକୁ ଅଧିକା କର୍ମଚାରୀ ଦେବା ଓ କାର୍ଯ୍ୟରତ କାଜୁଆଲ କର୍ମଚାରୀ ନିମାଇଁ ଚରଣ ସାହୁଙ୍କୁ ସ୍ଥାୟୀ କର୍ମଚାରୀ କରାଯିବାକୁ ଦାବୀ ରଖିଥିଲେ। ଶାଖା ଉପ ପରିଚାଳିକା ତୃପ୍ତିମୟୀ ସାହୁ, ବରିଷ୍ଟ ସେବା ଅଧିକାରୀ ରାଧାକାନ୍ତ ନାଏକ, କାର୍ଯ୍ୟାଳୟର ସହକାରୀ ପ୍ରଦୀପ କୁମାର ନାଏକ ଓ ନିମାଇଁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉପଭୋକ୍ତାମାନଙ୍କ ମଧ୍ୟରେ ବଣିକ ସଂଘ ସଭାପତି ରାଜକିଶୋର ସାହୁ, ରାମଚନ୍ଦ୍ର ସାହୁ, ନବିନ କୁମାର ସାହୁ,ଏସ୍କେ ଇମରାନ ଖାନ, ବଳରାମ ବାରିକ, ପ୍ରକାଶ ସେଠୀ, କୃଷ୍ଣଚନ୍ଦ୍ର ବାରିକ, ରାଜେଶ ଲାଖୋଟିଆ, ମହେଶ୍ୱର ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ୱଂୟ ସହାୟକ ଗୋଷ୍ଠୀ ର ମହିଳା ମାନେ କାର୍ଯକ୍ରମ ରେ ସାମିଲ ଥିଲେ। କାର୍ଯକ୍ରମରେ ଅଂଚଳ ବିମା ବରିଷ୍ଟ ଅଧିକାରୀ ଶମ୍ବୁନାଥ ମହାନ୍ତ ଓ ବିକାଶ କୁମାର ସାହୁ ଏଠାରେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande