
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ଭାରତ ରତ୍ନ
ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ
ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସ ବିରୋଧୀ ଦଳ ନେତା କହିଛନ୍ତି ଯେ, ସ୍ୱାଧୀନତା
ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ୍ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀ ଅବସରରେ ତାଙ୍କ
ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି। ତାଙ୍କ ଜୟନ୍ତୀକୁ ଜାତୀୟ ଶିକ୍ଷା ଦିବସ ଭାବେ ମଧ୍ୟ ପାଳନ
କରାଯାଏ। ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଭାରତର ଆଧୁନିକ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ସ୍ଥାପନ
କରିବା ସହ ଅନେକ ଶିକ୍ଷାନୁଷ୍ଠାନର ବିକାଶରେ ମାର୍ଗଦର୍ଶନ କରିଥିଲା। ଶିକ୍ଷାର ପରିବର୍ତ୍ତନକାରୀ
ଶକ୍ତି ଉପରେ ତାଙ୍କର ଅତୁଟ ବିଶ୍ୱାସ ଆଜି ମଧ୍ୟ ଦେଶକୁ ମାର୍ଗଦର୍ଶନ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା