
ଭୁବନେଶ୍ବର, 11 ନଭେମ୍ବର (ହି.ସ.)- ଭୁବନେଶ୍ବର
ସ୍ଥିତ ବରମୁଣ୍ଡା ପଡିଆରେ ଏବିଭିପି ପକ୍ଷରୁ ରାଜ୍ୟସ୍ତରୀୟ ଛାତ୍ର
ନେତା ସମ୍ମିଳନୀ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ଏବିଭିପିର
ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ. ବିରେନ୍ଦ୍ର ସିଂ ସୋଲାଙ୍କିଙ୍କ ସମେତ ଏବିଭିପିର କେନ୍ଦ୍ରୀୟ ସ୍ତରୀୟ
ଛାତ୍ର ନେତା ସାମିଲ ହୋଇଛନ୍ତି । ରାଜ୍ୟ ତମାମ ସମସ୍ତ
କ୍ୟାମ୍ପସ୍ ରୁ ମୋଟ ୧୦,୦୦୦ ଛାତ୍ର ନେତା ସାମିଲ
ହୋଇଛନ୍ତି ।
ରାଜ୍ୟସ୍ତରୀୟ ଛାତ୍ରନେତା
ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ଏବିଭିପିର ଛାତ୍ର ନେତାଙ୍କୁ ସ୍ବାଗତ ଜଣାଇଛନ୍ତି । କଲେଜ
ନିର୍ବାଚନରେ ବିଜୟୀ ଏବିଭିପି ଛାତ୍ରନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଜୀବନ ହେଉଛି ସବୁଠୁ ସୃଜନଶୀଳ ଓ ଶକ୍ତିଶାଳୀ ହେବାର ସମୟ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା