ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି- ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, 11 ନଭେମ୍ବର (ହି.ସ.) - ଗଞ୍ଜାମରେ ବନ୍ୟା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରେସ୍ମିଟ୍ କରି ଆସିଥିବା ଅଭିଯୋଗ ନେଇ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ଲଗାତାର ୩ ଦିନ ବର୍ଷା
ଗଂଜାମ ବନ୍ୟା


ଭୁବନେଶ୍ୱର, 11 ନଭେମ୍ବର (ହି.ସ.) - ଗଞ୍ଜାମରେ

ବନ୍ୟା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରେସ୍ମିଟ୍ କରି ଆସିଥିବା ଅଭିଯୋଗ ନେଇ

ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି

ହେଲା । ଲଗାତାର ୩ ଦିନ ବର୍ଷା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହେଲା । ପାତ୍ରପୁରରେ ଗୋଟିଏ

ଦିନରେ ୫୪୬ ମିମି ବର୍ଷା ହୋଇଥିଲା । ପାତ୍ରପୁରରେ ତା ପୂର୍ବ ଦିନ ୮୯ ମିମି ଓ ପରଦିନ ୧୭୩ ମିମି

ବର୍ଷା ହେଲା । ଏପରିକି ଆଉ କିଛି ସ୍ଥାନ ଇତିହାସରେ ସର୍ବାଧିକ ବର୍ଷାର ରେକର୍ଡ ବି କଲା । ୧୯୯୦

ଓ ୨୦୧୩ରେ ହୋଇଥିବା ପ୍ରବଳ ବର୍ଷାଠୁ ବି ଅଧିକ ଥିଲା । ୨୦୧୩ରେ ଫାଇଲିନ୍ ବର୍ଷା ଠାରୁ ବି ୬୫%

ଅଧିକ ବର୍ଷା ଥିଲା । ଫାଇଲିନ୍ ସମୟରେ ଗୋଟିଏ ଦିନ ବର୍ଷା ଥିଲା, ମାତ୍ର

ଏଥର ୩ ଦିନ ବର୍ଷା ହୋଇଥିଲା । ଋଷିକୁଲ୍ୟା ଓ ବାହୁଦାର କ୍ୟାଚମେଣ୍ଟ ଏରିଆର ୧୦% ପାଣି ଡ୍ୟାମ୍କୁ

ଯାଏ । ଅବଶିଷ୍ଟ ପାଣି ସିଧାସଳଖ ନଦୀକୁ ଯାଏ,

ସେଥିରେ ଆଉ ନିୟନ୍ତ୍ରଣ ନାହିଁ । ମାତ୍ର ଡ୍ୟାମ୍ରୁ ଜଳ ନିଷ୍କାସନ

ନେଇ ଯାହା କରାଯିବା କଥା କରାଯାଇଛି । ଏଥର ମଧ୍ୟ ଅନୁଧ୍ୟାନ କରି ଯନ୍ତ୍ରୀମାନେ ଡ୍ୟାମ୍ର ପାଣି

ଖସାଇଥିଲେ । ଫାଇଲିନ୍ ସମୟରେ ଯେପରି ପାଣି କମା ଯାଇଥିଲା, ଏଥର ମଧ୍ୟ ହୋଇଛି । ଅଧିକ

ଗେଟ୍ ଖୋଲି ଦିଆଯାଇଥିବା ଅଭିଯୋଗର ମଧ୍ୟ ଜବାବ ରଖିଛନ୍ତି ଅନୁ ଗର୍ଗ । ସେ କହିଛନ୍ତି ଯେ, ଡ୍ୟାମ୍

ନିରାପତ୍ତା ହେଉଛି ପ୍ରାଥମିକତା, ଏଥିରେ ରିସ୍କ ନେଇ ହେବନି । ଯେଉଁ ଅନୁସାରେ ପାଣି ଆସିଲା, ସେହି

ଅନୁସାରେ ଗେଟ୍ ଖୋଲିଲେ । ବିଦ୍ୟୁତ ଓ ପିଇବା ପାଣି ଆଦି ନେଇ ସମସ୍ୟା ପ୍ରାୟତଃ ଦୂର

ହୋଇସାରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande