
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ମଣ୍ଡଳ ସଭାପତି
ଅର୍ଜୁନ ପାଣ୍ଡେଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ
କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଏକ ଶୋକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଆଠମଲ୍ଲିକର
ଆମ ଦଳର କାର୍ଯ୍ୟକର୍ତ୍ତା, ପୂର୍ବତନ
ଜିଲ୍ଲା ପରିଷଦ ସଦସ୍ୟ ତଥା ମଣ୍ଡଳ ସଭାପତି ଅର୍ଜୁନ ପାଣ୍ଡେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ
ଓ ମର୍ମାହତ । ସମାଜସେବା ଓ ଦଳ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଚିର ସ୍ମରଣୀୟ
ହୋଇରହିବ । ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା
ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା