
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)-ତାଳଚେର ଠାରେ 'ମା' ହଙ୍ଗୁଳା
ମନ୍ଦିର ଟ୍ରଷ୍ଟ' ବୈଠକରେ ସାଂସଦ,
ବିଧାୟକ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ
ପ୍ରସିଦ୍ଧ 'ହିଙ୍ଗୁଳା ଯାତ୍ରା'ର ଆୟୋଜନ ଓ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ନେଇ ବିସ୍ତୃତ ଭାବେ
ଆଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିର ପରିସରର
ସୌନ୍ଦର୍ଯ୍ୟକରଣ, ଭକ୍ତମାନଙ୍କ ସୁବିଧା,
ପାନୀୟ ଜଳ ଓ ଆଲୋକୀକରଣ ବ୍ୟବସ୍ଥା ଉପରେ ବୈଠକରେ ବିଶେଷ ଗୁରୁତ୍ୱ
ଦିଆଯାଇଛି। ଜିଲ୍ଲା ପ୍ରଶାସନର ସହଯୋଗ ଏବଂ ସମସ୍ତଙ୍କ ମିଳିତ ପ୍ରୟାସରେ ମା' ହଙ୍ଗୁଳାଙ୍କ
ପୀଠର ବିକାଶ ସହ ଆଗାମୀ ହିଙ୍ଗୁଳା ଯାତ୍ରାକୁ ଅଧିକ ସୁନ୍ଦର, ଶୃଙ୍ଖଳିତ ଓ ବ୍ୟବସ୍ଥିତ
ଭାବେ ପାଳନ କରାଯିବା ନେଇ ଆଲୋଚନା ହେଲା । ମା'ଙ୍କ ଆଶୀର୍ବାଦରୁ ଏହି ପବିତ୍ର କ୍ଷେତ୍ରର ସମ୍ପୂର୍ଣ୍ଣ ରୂପାନ୍ତରଣ
ପାଇଁ ଆମର ପ୍ରଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା