
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ତାଳଚେରରେ 'ପ୍ରଜାମଣ୍ଡଳ ଭବନ'ର ଲୋକାର୍ପଣ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏହା ଆମ ତାଳଚେର ସହରର ଏକ ପ୍ରମୁଖ
ବୌଦ୍ଧିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ପରିଣତ ହେବ, ଯେଉଁଠାରେ ବିଭିନ୍ନ ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମାଜର ବିଭିନ୍ନ ଅନୁଷ୍ଠାନର
କାର୍ଯ୍ୟକ୍ରମ ସମ୍ପାଦିତ ହୋଇପାରିବ । ଏହି ନୂତନ ଭବନ ଦ୍ୱାରା ଆମ ସହରର ଜନସାଧାରଣ ଅନେକ
ସୁବିଧା ପାଇପାରିବେ । ଏହି ଶୁଭ ଅବସରରେ ତାଳଚେରର ସମସ୍ତ ଭାଇଭଉଣୀମାନଙ୍କୁ ଅନେକ ଶୁଭେଚ୍ଛା ଓ
ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା