ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଜରୁରୀକାଳୀନ ରିଲିଫ୍ ସହାୟତା ବୃଦ୍ଧି
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ବାତ୍ୟା ''ଅର୍ଣ୍ଣବ'' ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଜରୁରୀକାଳୀନ ରିଲିଫ୍
ଗଞ୍ଜାମ, ଗଜପତି     ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଜରୁରୀକାଳୀନ ରିଲିଫ୍ ସହାୟତା ବୃଦ୍ଧି


ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ବାତ୍ୟା 'ଅର୍ଣ୍ଣବ' ଦ୍ୱାରା

ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ,

ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଜରୁରୀକାଳୀନ ରିଲିଫ୍

ସହାୟତା ବୃଦ୍ଧି କରାଯାଇଛି । ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଏବଂ ୨,୫୦୦

ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଗଞ୍ଜାମ, ଗଜପତି ଓ

କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ଏବଂ ୨,୫୦୦

ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସ୍ୱଚ୍ଛତା ଓ ତ୍ୱରିତ ବଣ୍ଟନ ସୁନିଶ୍ଚିତ

କରିବାକୁ ତିନି ଜିଲ୍ଲାର ଜିଲ୍ଲାପାଳମାନେ ତୁରନ୍ତ ଯୋଗ୍ୟ ପରିବାରଗୁଡ଼ିକର ତାଲିକା ପ୍ରସ୍ତୁତ ଓ

ଯାଞ୍ଚ କରିବେ । ୨,୫୦୦ ଟଙ୍କାର ଆର୍ଥିକ ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ

ଖାତାକୁ ଡିବିଟିମାଧ୍ୟମରେ ପଠାଯିବ ଏବଂ ବ୍ୟାଙ୍କ ସେବା ବାଧାପ୍ରାପ୍ତ ଥିବା ସ୍ଥାନରେ

ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥାରେ ବଣ୍ଟନ ହେବ । ଓଏସସିଏସସି ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ

ସମନ୍ୱୟରେ ବିନା କୌଣସି ବାଧାରେ ଚାଉଳ ଉଠାଣ ଓ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । କାର୍ଯ୍ୟର

ସ୍ୱଚ୍ଛତା ଏବଂ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟ

ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ବ୍ଲକୱାରୀ ଦୈନିକ ରିପୋର୍ଟ ପ୍ରଦାନ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande