
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ‘ପ୍ରଗତି ପଥ
ମହୋତ୍ସବ–୨୦୨୬’ରେ ଯୋଗ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏକ୍ସ
ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭବାନୀପାଟଣା ସ୍ଥିତ ପ୍ରଗତି
ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ‘ପ୍ରଗତି ପଥ ମହୋତ୍ସବ–୨୦୨୬’ରେ ଯୋଗଦେଲି। ଏହି ଅବସରରେ
ଛାତ୍ରଛାତ୍ରୀଙ୍କ ସହ ମିଶି ଯୋଗାସନ କରିବା ସହ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଫୁଡ୍
ଫେଷ୍ଟିଭାଲ୍, ଚିତ୍ରାଙ୍କନ ଓ ଝୋଟି ପ୍ରତିଯୋଗିତାର ଉଦ୍ଘାଟନ କରିଛି। କୁନି କୁନି
ପିଲାମାନେ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ନିଜର ସୃଜନଶୀଳତା, ପ୍ରତିଭା
ଓ ଉତ୍ସାହ ପ୍ରଦର୍ଶନ କରିଛନ୍ତି। ଏଭଳି ସୃଜନଶୀଳ ପ୍ରୟାସ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର
ବିକାଶ ସହ ସେମାନଙ୍କ ଦକ୍ଷତାକୁ ନୂଆ ଦିଗ ଦେବ, ଯାହାକି ଜାତୀୟ ଶିକ୍ଷା ନୀତି - ୨୦୨୦ର ମୂଳ ଲକ୍ଷ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା