ରାଜ୍ୟରେ ସାଇବର ଅପରାଧ, ମହିଳାଙ୍କୁ ସୁରକ୍ଷା ଓ ନିଶା ମୁକ୍ତ ଓଡିଶା ଲାଗି ରାଜ୍ୟ ପୁଲିସ ଗୁରୁତର ସହ କାମ କରୁଛି -ପୁଲିସ ଡିଜି
ରାଜ୍ୟରେ ସାଇବର ଅପରାଧ, ମହିଳାଙ୍କୁ ସୁରକ୍ଷା ଓ ନିଶା ମୁକ୍ତ ଓଡିଶା ଲାଗି ରାଜ୍ୟ ପୁଲିସ ଗୁରୁତର ସହ କାମ କରୁଛି -ପୁଲିସ ଡିଜି ରାଉରକେଲା, , 11 ନଭେମ୍ବର (ହି.ସ.)ରାଜ୍ୟରେ ମହିଳାଙ୍କ ସୁରକ୍ଷା ସେମାନଙ୍କୁ ବଂଚିବାର ଅଧିକାର ଦେବା ଲାଗି ସହାୟକ ହେବା ,ନିଶା କୁ ନିୟନ୍ତ୍ରଣ କରିବା ଓ ସାଇବର ଅପରାଧ
ରାଜ୍ୟରେ ସାଇବର ଅପରାଧ, ମହିଳାଙ୍କୁ ସୁରକ୍ଷା ଓ ନିଶା ମୁକ୍ତ ଓଡିଶା ଲାଗି ରାଜ୍ୟ ପୁଲିସ ଗୁରୁତର ସହ କାମ କରୁଛି -ପୁଲିସ ଡିଜି


ରାଜ୍ୟରେ ସାଇବର ଅପରାଧ, ମହିଳାଙ୍କୁ ସୁରକ୍ଷା ଓ ନିଶା ମୁକ୍ତ ଓଡିଶା ଲାଗି ରାଜ୍ୟ ପୁଲିସ ଗୁରୁତର ସହ କାମ କରୁଛି -ପୁଲିସ ଡିଜି

ରାଉରକେଲା, , 11 ନଭେମ୍ବର (ହି.ସ.)ରାଜ୍ୟରେ ମହିଳାଙ୍କ ସୁରକ୍ଷା ସେମାନଙ୍କୁ ବଂଚିବାର ଅଧିକାର ଦେବା ଲାଗି ସହାୟକ ହେବା ,ନିଶା କୁ ନିୟନ୍ତ୍ରଣ କରିବା ଓ ସାଇବର ଅପରାଧ କୁ ଲାଗାମ ଦେବା ଦିଗରେ ରାଜ୍ୟ ପୁଲିସ ଅଧିକ ଗୁରୁତ୍ୱ ଦେଇ କାମ କରୁଛି , ଫଳରେ ଗତ ୩ମାସ ଭିତରେ ରାଜ୍ୟ ରେ ଏହି ସବୁ ଅପରାଧ ଉପରେ ଲାଗାମ ଲାଗିବା ସହ ପୁଲିସ ପ୍ରତି ଲୋକଙ୍କର ବିଶ୍ୱାସ ବଢିଛି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ପ୍ରକାଶ କରିଛନ୍ତି ।ଆଜି ରାଉରକେଲା ଗସ୍ତରେ ଥିବା ବେଳେ ଶ୍ରୀ ମିଶ୍ର ଡିଆଇଜି ଙ୍କ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ରାଜ୍ୟରେ ସାଇବର ଅପରାଧ ରେ ସହୟକ ହେଉଛି ମୋବାଇଲ ।ଏହି ଦିଗରେ ରାଜ୍ୟ ପୁଲିସ କାମ କରି ବିଭିନ୍ନ ଅପରାଧକୁ ଭିତିକରି ବର୍ଷ ଶେଷ ସୁଦ୍ଧା ୨୦ ହଜାର ସିମ ଓ ମୋବାଇଲ ନମ୍ବର କୁ ବନ୍ଦ କରିବାକୁ ପୁଲିସ ଲକ୍ଷ ରଖି କାମ କରୁଛି ।ଲୋକ ଙ୍କ ପାଖରେ ନେଟ ଓାର୍କ ସହ ମୋବାଇଲ ମିଳିଜିବା ପରେ ସେମାନେ ଆଇନ କୁ ଭୁଲି ସହଜରେ ନାନା ଜିନିଷ ଅର୍ଥ ପାଇବାକୁ ଚେଷ୍ଟା କରୁଛନ୍ତି ଫଳରେ ଏଭଳି ଅପରାଶଧ ବଢୁଛି । ସେହି ଭଳି ମହିଳା ଙ୍କୁ ସୁରକ୍ଷା ଦେବା ଲାଗି ପୁଲିସି ବିଭିନ୍ନ ପଦକ୍ଷେପ ନେବା ସହ ଏଥିଲାଗି ଅନେକ ଅଧିକାରୀ ଙ୍କୁ ନିଯୁକ୍ତି ମିଳିଛି ଫଳରେ ମହିଳା ମାନେ ଏଥିରୁ ଲାଭବାନ ହେଉଛନ୍ତି । ରାଜ୍ୟରେ ଗଂଜେଇମ ବ୍ରାଉନ ସୁଗାର ଓ ଅବୈଧ ମଦର ପ୍ରଚଳନ କୁ ବନ୍ଦ କରିବାକୁ ପୁଲିସ ତାର ଟିମ ନେଇ କାମ କରୁଛି ଏଥିରେ ମଧ୍ୟ ସଫଳତା ମିଳୁଛି ଓ ଅନେକ ପରିମାଣରେ ନିଶା ସାମଗ୍ରୀ ଜବତ ହେଉଛି । ଗତ ୩ମାସ ଭିତରେ ଏହି ସବୁ ଦିଗରେ ରାଜ୍ୟ ପୁଲିସ ତାର କଠୋର ପରିଶ୍ରମ କରି ସଫଳତା ପାଇଥିବାରୁ ଏସବୁ କାରବାର କମିଛି ଓ ମହିଳାଙ୍କୁ ସୁରକ୍ଷା ମିଳୁଛି । ରାଜ୍ୟରେ ଡକାୟତି, ଧର୍ଷଣ ଲୁଟ ଓ ବନ୍ଧୁକ କାରବାରକୁ ନେଇ ପ୍ର୍ନ ହେବାରୁ ସେ ଦିଗରେ ପୁଲିସ କାମ କରୁଛି, ଲୋକ ସଂଖ୍ୟା କମ ରହିଥିବାରୁ ଅନେକ ସମସ୍ୟା ହେଉଛି ମାର୍ଚ ମାସ ସୁଦ୍ଧା ୭୩୦୦ନୁଆ ପୁଲିସି ଙ୍କ ନିଯୁକ୍ତି ଓ ବନ୍ଦ ହୋଇ ରହିଥିବା ଏସଆଇ ପଦ ପୁରଣ ସହ ରାଜ୍ୟରେ ଥିବା ଥାନା ଗୁଡିକର ପୁନରଉଦ୍ଧାର ପରେ ଏଦିଗରେ ଅନେକ ଫରକ ଆସିବ ବୋଲି ସେ କହିଥିଲେ । ରାଉରକେଲାରେ ପୁଲିସ ସଂଖ୍ୟା କମ ରହିଛି, ଥାନା ଗୁଡିକର ଅବସ୍ଥା ମଧ୍ୟ ଅନେକ ଯାଗାରେ ଦୟନୀୟ ହୋଇ ରହିଛି, ସେ ଦିଗରେ ରାଜ୍ୟ ପୁଲିସି ତରଫରୁ ସହାୟତା ଯୋଗାଇ ଦିଆଜିବ ବୋଲି ଶ୍ରୀ ମିଶ୍ର କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande