ନଭେମ୍ବର ୧୩ରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ
ନଭେମ୍ବର ୧୩ରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ପୁରୀ,୧୧ ନଭେମ୍ବର (ହି.ସ.) ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରୋତ୍ସାହନ ଏବଂ ସେମାନଙ୍କୁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ
ନଭେମ୍ବର ୧୩ରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ


ନଭେମ୍ବର ୧୩ରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ

ପୁରୀ,୧୧ ନଭେମ୍ବର (ହି.ସ.) ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରୋତ୍ସାହନ ଏବଂ ସେମାନଙ୍କୁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ କଳିଙ୍ଗ କିଡ୍ସ ଫେଷ୍ଟ–୨୦୨୬ର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଆସନ୍ତା ନଭେମ୍ବର ୧୩ ତାରିଖରେ ପୁରୀର ଶରଧାବାଲିସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଏହି ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ଆୟୋଜନ କରାଯିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା ଏବଂ କଳିଙ୍ଗ ସ୍ମାର୍ଟ ସ୍କୁଲର ପ୍ରିନ୍ସିପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ , ବନିତା ଦୀକ୍ଷିତ ଉପସ୍ଥିତ ରହି ମହୋତ୍ସବର ଆୟୋଜନ, ପରିଚାଳନା, ଅତିଥି ଅଭ୍ୟର୍ଥନା, ଶୃଙ୍ଖଳା ଓ ବିଭିନ୍ନ ଦାୟିତ୍ୱ ବଣ୍ଟନ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ।ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ସେମାନଙ୍କ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଲଭ,କେୟାର, ରେସପେକ୍ଟ ଚିଲଡ୍ରେନ ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଶିଶୁ ପ୍ରତିଭାମାନେ ଅଂଶଗ୍ରହଣ କରି ନିଜର କଳା, ସଂସ୍କୃତି ଓ ଦକ୍ଷତା ପ୍ରଦର୍ଶନ କରିବେ।ଏଥିରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚରେ ପୁରସ୍କାର କରାଯିବ ସହିତ କୁନି କୁନି କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବ ଏବଂ ବିଭିନ୍ନ କ୍ଷେତ୍ର କାମ କରୁଥିବା ପ୍ରତିଭା ମାନଙ୍କୁ ସଂମ୍ମାନିତ କରାଯିବ ବୋଲି କଳିଙ୍ଗ କିଡ୍ସ ଫେଷ୍ଟ -୨୦୨୬ ଆବାହକ ତଥା କ୍ଷେତ୍ରମୋହନ ଫାଉଣ୍ଡେସନ ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଏହି ମହୋତ୍ସବକୁ ଏକ ସଫଳ, ଶୃଙ୍ଖଳିତ ଓ ସ୍ମରଣୀୟ ଆୟୋଜନରେ ପରିଣତ କରିବା ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଶିଶୁଙ୍କ ପ୍ରତିଭାକୁ ସମ୍ମାନ, ସେମାନଙ୍କ ସ୍ୱପ୍ନକୁ ପ୍ରୋତ୍ସାହନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ଏକ ଅଭିନବ ପ୍ରୟାସ ହେବ କଳିଙ୍ଗ କିଡ୍ସ ଫେଷ୍ଟ–୨୦୨୬।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande