ଦେବଗଡ଼ ସହରରେ ବିଶାଳ ପଦଯାତ୍ରାରେ ସାମିଲ ହେଲେ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ଦେବଗଡ଼ ସହରରେ ଆୟୋଜିତ ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ବିଶାଳ ପଦଯାତ୍ରାରେ ପ୍ରିୟ ଦଳୀୟ କର୍ଯ୍ୟକର୍ତ୍ତା, ସହଯୋଗୀ ଓ ଜନସାଧାରଣଙ୍କ ସହ ସାମିଲ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ମନ୍ତ୍ରୀ କହି
ପଦଯାତ୍ରା


ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ଦେବଗଡ଼ ସହରରେ

ଆୟୋଜିତ ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ବିଶାଳ ପଦଯାତ୍ରାରେ ପ୍ରିୟ ଦଳୀୟ କର୍ଯ୍ୟକର୍ତ୍ତା, ସହଯୋଗୀ

ଓ ଜନସାଧାରଣଙ୍କ ସହ ସାମିଲ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଏହି ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବା, ଅନ୍ୟାୟ ଓ ଅରାଜକତା ବିରୋଧରେ

ସ୍ୱର ଉତ୍ତୋଳନ କରିବା ଏବଂ ଜନସାଧାରଣଙ୍କ ହକ୍ ପାଇଁ ଲଢ଼ିବା ଆମର ପ୍ରାଥମିକତା। ଜନତାଙ୍କ

ଅକୁଣ୍ଠ ସମର୍ଥନ ଓ କର୍ମୀ ଭାଇଭଉଣୀମାନଙ୍କର ଏହି ନିଷ୍ଠା ଓ ଉତ୍ସାହ ଆମ ସଂଗ୍ରାମକୁ ଆହୁରି

ଶକ୍ତିଶାଳୀ କରିଛି। ଲୋକତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଶାନ୍ତି, ସମୃଦ୍ଧି

ପ୍ରତିଷ୍ଠା ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande