
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ଦେବଗଡ଼ ଗସ୍ତ
ଅବସରରେ ଦଳର ପୂର୍ବତନ ସଭାପତି, ବରିଷ୍ଠ ରାଜନେତା ତଥା ଆମ ସମସ୍ତଙ୍କର ମାର୍ଗଦର୍ଶକ ସ୍ୱର୍ଗତ
ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି
ଜ୍ଞାପନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ସେ କହିଛନ୍ତି
ଯେ, ରାଜ୍ୟ ଓ ସମାଜସେବା କ୍ଷେତ୍ରରେ ତାଙ୍କର ସ୍ମରଣୀୟ ଅବଦାନ ଏବଂ ସଂଗଠନ ପ୍ରତି ନିଷ୍ଠା ଆମ
ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା