
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ଭାରତ ରତ୍ନ
ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କେଭି
ସିଂହଦେଓ କହିଛନ୍ତି ଯେ, ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀ ଅବସରରେ ତାଙ୍କ
ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
ସ୍ୱାଧୀନ ଭାରତର ପ୍ରଥମ
ଶିକ୍ଷାମନ୍ତ୍ରୀ ଭାବେ ତାଙ୍କର ଦୂରଦର୍ଶୀ ଅବଦାନ ଦେଶର ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ସୁଦୃଢ଼
କରିବା ସହ ଜ୍ଞାନ ଓ ଶିକ୍ଷାର ପ୍ରସାରକୁ ଆଗକୁ ବଢ଼ାଇଥିଲା। ଜାତୀୟ ଶିକ୍ଷା ଦିବସ ଅବସରରେ ଏକ
ଜ୍ଞାନସମ୍ପନ୍ନ ଓ ସଶକ୍ତ ଭାରତ ଗଠନ ଦିଗରେ ତାଙ୍କର ଅତୁଳନୀୟ ଅବଦାନ, ଦୂରଦୃଷ୍ଟି
ଓ ସମର୍ପଣକୁ ଆମେ ସ୍ମରଣ କରୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା