ଗଞ୍ଜାମର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି
ଗଂଜାମ, 12 ନଭେମ୍ବର (ହି.ସ.) ବାତ୍ୟା, ଲଗାଣ ବର୍ଷା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଚାଷ ନଷ୍ଟ ହେବା ସହ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡ଼ିଛି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀ ଓ ଭାଗଚାଷୀଙ୍କ ସୁରକ୍ଷା, ଥଇଥାନ
Qwrrtttÿuu


ଗଂଜାମ, 12 ନଭେମ୍ବର (ହି.ସ.) ବାତ୍ୟା, ଲଗାଣ ବର୍ଷା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଚାଷ ନଷ୍ଟ ହେବା ସହ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡ଼ିଛି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀ ଓ ଭାଗଚାଷୀଙ୍କ ସୁରକ୍ଷା, ଥଇଥାନ ଏବଂ ଆର୍ଥିକ ସହାୟତା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଦାବି ହୋଇଛି। ଏନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଆଜି ସ୍ଥାନୀୟ ଦକ୍ଷିଆଞ୍ଚଳ ରାଜସ୍ବ କମିଶନର ବିଜୟ ଅମୃତ କୁଲାଙ୍ଗେ ଙ୍କୁ ସାକ୍ଷାତ କରି 15 ଦୋଫ। ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରୀ କୁଲଙ୍ଗେ ଦାପିପତ୍ର ଗୁଡିକୁ ପ୍ରତି ସହାନୁବତି ସହ ପଦକ୍ଷେପ ଗ୍ରହଣ କରିବେ ପ୍ରତିଶ୍ରୁତି ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର କୃଷି ଓ କୃଷକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏହି ଦାବିପତ୍ରରେ ବିଭିନ୍ନ ପ୍ରସ୍ତାବ ରଖାଯାଇଛି।

ମହାସଭା ପକ୍ଷରୁ କୁହାଯାଇଛି ଯେ, ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେଉଥିବାବେଳେ ଉପଯୁକ୍ତ କ୍ଷତିପୂରଣ ମିଳିବାରେ ବିଳମ୍ବ ହେଉଛି। ଫଳରେ ଚାଷୀ ଋଣଭାରରେ ବୁଡ଼ି ରହୁଛନ୍ତି। ଅନେକ ଚାଷୀ ଜୀବିକା ହରାଇବା ସହ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ୁଛି। ଏଥିପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଆର୍ଥିକ ସହାୟତା, କୃଷି ଋଣରେ ରିହାତି ଓ ଆବଶ୍ୟକ ସ୍ଥଳେ ଋଣ ଛାଡ଼ ବ୍ୟବସ୍ଥା କରିବାକୁ ଦାବି ହୋଇଛି।ସେହିପରି ଭାଗଚାଷୀମାନଙ୍କୁ ମଧ୍ୟ ସରକାରୀ ସହାୟତାର ପରିସରଭୁକ୍ତ କରିବା, ଫସଲ କ୍ଷତିର ଉପଯୁକ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ ଏବଂ କୃଷି ବୀମା ବ୍ୟବସ୍ଥାକୁ ସରଳ କରିବା ଉପରେ ମହାସଭା ଗୁରୁତ୍ୱ ଦେଇଛି। ଜଳସେଚନ ସୁବିଧା, ନଦୀବନ୍ଧ ସୁରକ୍ଷା, ବନ୍ୟା ନିୟନ୍ତ୍ରଣ ଓ ଚାଷଜମିର ସ୍ଥାୟୀ ସୁରକ୍ଷା ପାଇଁ ଦୀର୍ଘମିଆଦୀ ଯୋଜନା ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଛି। ଅନ୍ୟପକ୍ଷରେ ବଡ଼ ବନ୍ଧ ଓ ଜଳଭଣ୍ଡାର ନିର୍ମାଣ ସମ୍ପର୍କରେ ମଧ୍ୟ ମହାସଭା ଉଦ୍ବେଗ ପ୍ରକାଶ କରିଛି। ଏଭଳି ପ୍ରକଳ୍ପର ପରିବେଶ, କୃଷି ଓ ସାଧାରଣ ଜନଜୀବନ ଉପରେ ପଡ଼ୁଥିବା ପ୍ରଭାବର ସଠିକ୍ ଅନୁଧ୍ୟାନ କରିବା ସହ ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ଓ ଜୀବିକାର ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି। କୃଷିକୁ ଲାଭଜନକ କରିବା, ଚାଷୀଙ୍କ ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ପ୍ରଦାନ, କୃଷିଭିତ୍ତିକ ଭିତ୍ତିଭୂମିର ବିକାଶ ଏବଂ ବିପର୍ଯ୍ୟୟ ସମୟରେ ତୁରନ୍ତ ସହାୟତା ପହଞ୍ଚାଇବା ଦିଗରେ ସରକାର ଠୋସ୍ ପଦକ୍ଷେପ ନେବା ଆବଶ୍ୟକ ବୋଲି ମହାସଭା ଦାବି କରିଛି। ଗଞ୍ଜାମ ଜିଲ୍ଲାର କୃଷକଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସହ ଦାବିଗୁଡ଼ିକ ଉପରେ ବିଚାର କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବରିଷ୍ଟ ସାମ୍ବାଦିକ ତଥା ଉପଦେଷ୍ଟ। ଶ୍ରୀ ରବି ରଥ, ସମ୍ପାଦକ ସୀମାଞ୍ଚଳ ନାହାକ, ଚାଷୀ ନେତା ବିଜୟ ସ୍ୱାଇଁ କିଶୋର ପାତ୍ର, ଲୋକନାଥ ପରିଡ଼ା, ସଞ୍ଜୀବ ରେଡ୍ଡୀ, ବିନୋଦ ପାଣିଗ୍ରାହୀ, ମୋହନ ରାଓ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande