ବୈତରଣୀ ନଦୀରେ ବୁଡି ପର୍ଯ୍ୟଟକ ଦମ୍ପତିଙ୍କ ମୃତ୍ୟୁ
ଯାଜପୁର, ୧୨ ନଭେମ୍ବର (ହି.ସ.)- ବୈତରଣୀ ନଦୀରେ ବୁଡି ଆନ୍ଧ୍ରପ୍ରଦେଶର ପାଲାମନେର ଅଂଚଳର ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଦେଇ ବହିଯାଇଥିବା ବୈତରଣୀ ନଦୀର ବାରିଣୀ ଘାଟ ବରାହନାଥ ମନ୍ଦିର ନିକଟରେ ଆଜି ପୂର୍ବାହ୍ନରେ ଗାଧୋଉଥିବା ସମୟରେ ଏହି ଅଘଟଣ ଘଟିଛି । ଫଳରେ ଏହି ପର୍ଯ୍ୟଟକ ଦ
ବୈତରଣୀ ନଦୀରେ ବୁଡି ପର୍ଯ୍ୟଟକ ଦମ୍ପତିଙ୍କ ମୃତ୍ୟୁ


ଯାଜପୁର, ୧୨ ନଭେମ୍ବର (ହି.ସ.)- ବୈତରଣୀ ନଦୀରେ ବୁଡି ଆନ୍ଧ୍ରପ୍ରଦେଶର ପାଲାମନେର ଅଂଚଳର ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଦେଇ ବହିଯାଇଥିବା ବୈତରଣୀ ନଦୀର ବାରିଣୀ ଘାଟ ବରାହନାଥ ମନ୍ଦିର ନିକଟରେ ଆଜି ପୂର୍ବାହ୍ନରେ ଗାଧୋଉଥିବା ସମୟରେ ଏହି ଅଘଟଣ ଘଟିଛି । ଫଳରେ ଏହି ପର୍ଯ୍ୟଟକ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆନ୍ଧ୍ରପ୍ରଦେଶର ପାଲାମନେର ଅଂଚଳର ଏମ.ଶ୍ରୀନିବାସ ସୁଲୁ ଓ ଏମ. ଦେବୀ । ଅଗ୍ନିଶମବାହିନୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଏହି ଦମ୍ପତି ନିଜ ପରିବାର ସହିତ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଥିଲେ । ତେବେ ପିଣ୍ଡଦାନ କରିବା ପରେ ବୈତରଣୀ ନଦୀରେ ଗାଧୋଉଥିବା ସମୟରେ ଘଟିଥିଲା ଏହି ଅଘଟଣ । ପରିବାରର ଜଣେ - ଦୁଇ ଜଣ ସଦସ୍ୟ ନଦୀରେ ବୁଡି ଯାଉଥିବା ଦେଖି ଉକ୍ତ ଦମ୍ପତି ସେମାନଙ୍କୁ ବଂଚାଇବାକୁ ଉଦ୍ୟମ କରି ପାଣିରେ ବୁଡି ଯାଇଥିଲେ । ଏହା ଦେଖି ତୁରନ୍ତ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନଦୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ପରେ ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଦମ୍ପତିଙ୍କ ଏଭଳି ଅକାଳ ବିୟୋଗକୁ ସାଧାରଣରେ ଶୋକ ପ୍ରକାଶ ପାଇଛି । ବୈତରଣୀ ନଦୀରେ ଗାଧୋଇବା ସମୟରେ ଘଟିଥିବା ଏହି ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତେବେ ନଦୀରେ ଗାଧୋଇବା ସମୟରେ ସତର୍କ ରହିବା ସହ ଗଭୀର ଜଳକୁ ନଯିବାକୁ ପ୍ରଶାସନ ପକ୍ଷରୁ ସାଧାରଣରେ ପରାମର୍ଶ ଦିଆଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande