
ନୂଆଦିଲ୍ଲୀ, ୧୨ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ଆସିଆନ ନେତୃତ୍ୱାଧୀନ ପୂର୍ବ ଏସିଆ ଶିଖର ସମ୍ମିଳନୀର ୨୧ତମ ପ୍ରକ୍ରିୟା ବୈଠକରେ ଯୋଗଦେବା ପାଇଁ ତିନି ଦିନିଆ ମାଲିନା(ଫିଲିପାଇନ୍ସ) ଗସ୍ତରେ ଯିବେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ(ପୂର୍ବ) ରୁଦ୍ରେନ୍ଦ୍ର ଟଣ୍ଡନ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ନଭେମ୍ବର ୧୬ରୁ ୧୮ ତାରିଖ ମଧ୍ୟରେ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆସିଆନର ସମସ୍ତ ୧୧ଟି ସଦସ୍ୟ ରାଷ୍ଟ୍ର ସହିତ ଭାରତର ଉଷ୍ମ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ଆସିଆନ ଭାରତର ଆକ୍ଟ ଇଷ୍ଟ ନୀତି'ର କେନ୍ଦ୍ରରେ ରହିଛି।
ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମାଲିନା ଗସ୍ତରେ ଆସିଥିବା ନେତାମାନଙ୍କ ପାଇଁ ରାଷ୍ଟ୍ରପତି ମାର୍କୋଙ୍କ ଦ୍ୱାରା ଆୟୋଜିତ ରାତ୍ରିଭୋଜନରେ ଯୋଗଦେବେ। ପରଦିନ ସେ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀ ପ୍ରକ୍ରିୟା ବୈଠକରେ ଯୋଗଦେବେ। ଇତି ମଧ୍ୟରେ ସେ ଅନ୍ୟ ନେତାମାନଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି। ସେ ଉଲ୍ଲେଖ କରିଥିଲେ ଯେ ଚଳିତ ବର୍ଷ ପୂର୍ବ ଏସିଆ ଶିଖର ସମ୍ମିଳନୀର ନେତୃତ୍ୱ ଫିଲିପାଇନ୍ସର ଆସିଆନ ଅଧ୍ୟକ୍ଷ ନେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି