କିସ୍ତୱାଡ ଜଙ୍ଗଲରେ ମିଳିଲା ଦୁଇ ନିଖୋଜ ଦୁଇ ଏସପିଓଙ୍କ ମୃତଦେହ
କିସ୍ତୱାଡ, ନଭେମ୍ବର ୧୨ (ହି.ସ.)- କିସ୍ତୱାର ଜିଲ୍ଲାର ଦଛନ ଅଞ୍ଚଳରୁ ନିଖୋଜ ଥିବା ଜମ୍ମୁ ଓ କାଶ୍ମୀର ପୋଲିସର ଦୁଇ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ଗୁରୁବାର ଦିନ ମୃତ ଅବସ୍ଥାରେ ମିଳିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇଜଣ ମାରୱା ଧାରଣାରେ ରୋଟେସନ୍ ଡ୍ୟୁଟିରେ ନିୟୋଜିତ ଥିଲେ କିନ୍ତ
କିସ୍ତୱାଡ ଜଙ୍ଗଲରେ ମିଳିଲା ଦୁଇ ନିଖୋଜ ଦୁଇ ଏସପିଓଙ୍କ ମୃତଦେହ


କିସ୍ତୱାଡ, ନଭେମ୍ବର ୧୨ (ହି.ସ.)- କିସ୍ତୱାର ଜିଲ୍ଲାର ଦଛନ ଅଞ୍ଚଳରୁ ନିଖୋଜ ଥିବା ଜମ୍ମୁ ଓ କାଶ୍ମୀର ପୋଲିସର ଦୁଇ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ଗୁରୁବାର ଦିନ ମୃତ ଅବସ୍ଥାରେ ମିଳିଲେ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇଜଣ ମାରୱା ଧାରଣାରେ ରୋଟେସନ୍ ଡ୍ୟୁଟିରେ ନିୟୋଜିତ ଥିଲେ କିନ୍ତୁ ସେଠାରେ ରିପୋର୍ଟ କରିବାରେ ବିଫଳ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ନିଖୋଜ ହୋଇଗଲେ। ସେ କହିଛନ୍ତି ଯେ ପୋଲିସ ଏବଂ ସୁରକ୍ଷା ବାହିନୀ ଦୁଇ ଏସ୍ପିଓଙ୍କୁ ଖୋଜିବା ପାଇଁ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। କିସ୍ତୱାର ଅଞ୍ଚଳରୁ ଦୁଇ ଏସ୍ପିଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ରଶପାଲ କୁମାର (୪୫) ଏବଂ ବବି ଚାନ୍ଦ (୫୭) ବୋଲି ଚିହ୍ନଟ କରାଯାଇଛି, ଉଭୟ କିୟାର ଦଛନର ବାସିନ୍ଦା। ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ମୃତ୍ୟୁର କାରଣ ଖୋଜାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande