ଆଲମୋଡ଼ାରେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡ଼ି, ମା’-ଝିଅଙ୍କ ସମେତ ୩ ମୃତ
ଧୌଳଛିନାର ହରଡ଼ାଠାରେ ରାତିରେ ଘଟିଲା ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ଦୁଇ ମହିଳା ସାମିଲ ଆଲମୋଡ଼ା, ୧୨ ନଭେମ୍ବର (ହି.ସ.)- ଉତରାଖଣ୍ଡର ଆଲମୋଡ଼ା ଜିଲ୍ଲାର ଧୌଳଛିନା ଥାନା ଅଂଚଳ ଅନ୍ତର୍ଗତ ହରଡ଼ାଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ତିନି
एसडीआरएफ रेस्क्यू करती हुई।


ଧୌଳଛିନାର ହରଡ଼ାଠାରେ ରାତିରେ ଘଟିଲା ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ଦୁଇ ମହିଳା ସାମିଲ

ଆଲମୋଡ଼ା, ୧୨ ନଭେମ୍ବର (ହି.ସ.)- ଉତରାଖଣ୍ଡର ଆଲମୋଡ଼ା ଜିଲ୍ଲାର ଧୌଳଛିନା ଥାନା ଅଂଚଳ ଅନ୍ତର୍ଗତ ହରଡ଼ାଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ତିନି ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପହଂଚିଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍)ର ଟିମ୍ ଉଦ୍ଧାର ଅଭିଯାନ ଚଳାଇ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି।

ଏସ୍ଡିଆରଏଫ୍ର ସୂଚନା ଅନୁଯାୟୀ, ନଭେମ୍ବର ୧୨ ତାରିଖରେ ଆଲମୋଡ଼ାର ଜିଲ୍ଲା ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷରୁ ହରଡ଼ାଠାରେ ଏକ ଗାଡ଼ି ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଗାଡ଼ିରେ ତିନି ଜଣ ଥିବା ଜଣାପଡ଼ିବା ପରେ ସରିୟାପାଣି ପୋଷ୍ଟରୁ ଉପନିରୀକ୍ଷକ ପଙ୍କଜ ଡଙ୍ଗୱାଲଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚିଥିଲା। ସ୍ଥାନୀୟ ପୁଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର ଅଭିଯାନ ଚଳାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ତିନି ଜଣଙ୍କ ମୃତଦେହ ବାହାର କରାଯାଇଥିଲା। ପରେ ଆବଶ୍ୟକୀୟ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ମୃତଦେହଗୁଡ଼ିକୁ ଜିଲ୍ଲା ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

ମୃତକମାନଙ୍କ ପରିଚୟ ହେଲା ନ୍ୟୋଲି ଗ୍ରାମର ହୟାତ ସିଂହ (୩୬), ହରଡ଼ା ଗ୍ରାମର ବସନ୍ତୀ ଦେବୀ (୪୦) ଏବଂ ବୀନା ଦେବୀ (୧୯)। ବସନ୍ତୀ ଦେବୀ ଓ ବୀନା ଦେବୀ ମା’-ଝିଅ ଥିଲେ। ଉଭୟ ହିମ୍ମତ ସିଂହଙ୍କ ପତ୍ନୀ ଓ କନ୍ୟା ଥିଲେ।

-----------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande