କୈଞ୍ଚୀଧାମ ନିକଟରେ ଖାଇକୁ ଖସିଲା କାର୍, ଜଣେ ମୃତ, ୪ ଆହତ
ନୈନିତାଲ, ୧୨ ନଭେମ୍ବର (ହି.ସ.)। ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ କୈଞ୍ଚୀଧାମ ନିକଟସ୍ଥ ନିଗଲାଟ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ କାର୍ ଅନିୟନ୍ତ୍ରିତ ହୋଇ ପ୍ରାୟ ୨୦୦ ମିଟର ଗଭୀର ଖାଇକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଦୁର୍ଘଟ
रेस्क्यू करती एसडीआरएफ।


ନୈନିତାଲ, ୧୨ ନଭେମ୍ବର (ହି.ସ.)। ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ କୈଞ୍ଚୀଧାମ ନିକଟସ୍ଥ ନିଗଲାଟ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ କାର୍ ଅନିୟନ୍ତ୍ରିତ ହୋଇ ପ୍ରାୟ ୨୦୦ ମିଟର ଗଭୀର ଖାଇକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ପାଞ୍ଚ ଜଣ ଉତ୍ତରପ୍ରଦେଶର ବରେଲି ଅଞ୍ଚଳର ବାସିନ୍ଦା।

ନୈନିତାଲ ଆପଦା ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିବା ପରେ ଖୈରନାସ୍ଥିତ ଏସ୍ଡିଆର୍ଏଫ୍ ପୋଷ୍ଟରୁ ଉପନିରୀକ୍ଷକ ଦେବେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ପୁଲିସ ସହ ସମନ୍ୱୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଖାଇରୁ ଚାରି ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭୱାଲି ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)କୁ ପଠାଯାଇଥିଲା।

ଏସ୍ଡିଆର୍ଏଫ୍ର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ କାର୍ (ୟୁପି ୨୫ ଇଜେ ୪୫୮୬)ରେ ପାଞ୍ଚ ଜଣ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ କାର୍ ଚାଳକ ଅନୁଜ ତିୱାରୀ (୨୯), ପିତା ଲକ୍ଷ୍ମୀ ନାରାୟଣ ତିୱାରୀ, ନିବାସୀ ଗ୍ରାମ ଶେଖପୁର, ବରେଲିଙ୍କ ମୃତ୍ୟୁ ହୋଇଛି।

ଆହତମାନଙ୍କୁ ସନି (୨୩), ପିତା ତେଜରାମ, ଗ୍ରାମ ମିଲ୍ କପର; ରବି, ପିତା ଦିନେଶ ମୌର୍ଯ୍ୟ, ବରେଲି; ସଞ୍ଚିତ, ପିତା ହୃଦୟ ନାରାୟଣ ତିୱାରୀ, ଗ୍ରାମ ଶେଖପୁର ଏବଂ ସନ୍ଦୀପ ଶର୍ମା, ପିତା ରାମକୁମାର ଶର୍ମା, ବରେଲି ବୋଲି ଚିହ୍ନଟ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande