ନିବେଶକମାନଙ୍କୁ ରାଜନୈତିକ ପ୍ରତିଶୋଧରୁ ସୁରକ୍ଷା ଦେବା ପାଇଁ ଜାତୀୟ ଆଇନ ପ୍ରଣୟନ ହେଉ: ଚନ୍ଦ୍ରବାବୁ ନାଇଡୁ
ବିଶାଖାପାଟଣା, ୧୨ ନଭେମ୍ବର (ହି.ସ.)- ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଗୁରୁବାର ଘୋଷଣା କରି କହିଛନ୍ତି ଯେ, ନିବେଶକମାନଙ୍କୁ ରାଜନୈତିକ ପ୍ରତିଶୋଧରୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ‘ନିବେଶ ସୁରକ୍ଷା ଆଇନ’ ପ୍ରଣୟନ କରିବେ। ଏଥିସହ ଦେଶବ୍ୟାପୀ ନିବେଶକମାନଙ୍କୁ ଅଧିକ ସ
विशाखापत्तनम समिट में डेलीगेट्स का अभिवादन करते नायडू


सीआईआई समिट में ड्रम बजाते नायडू, पवन कल्याण और पीयूष गोयल


ବିଶାଖାପାଟଣା, ୧୨ ନଭେମ୍ବର (ହି.ସ.)- ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଗୁରୁବାର ଘୋଷଣା କରି କହିଛନ୍ତି ଯେ, ନିବେଶକମାନଙ୍କୁ ରାଜନୈତିକ ପ୍ରତିଶୋଧରୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ‘ନିବେଶ ସୁରକ୍ଷା ଆଇନ’ ପ୍ରଣୟନ କରିବେ। ଏଥିସହ ଦେଶବ୍ୟାପୀ ନିବେଶକମାନଙ୍କୁ ଅଧିକ ସୁରକ୍ଷା ଓ ଆସ୍ଥା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଜାତୀୟ ସ୍ତରରେ ଏଭଳି ଏକ ଆଇନ ଆଣିବାକୁ ସେ ଅନୁରୋଧ କରିଛନ୍ତି।

ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ୨୦୨୪ ଜୁନ୍ଠାରୁ ଏପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶକୁ ୨୨.୬ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହାଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରୁ ୭୩ ପ୍ରତିଶତ ଅନୁମୋଦିତ ପ୍ରକଳ୍ପରେ ପରିଣତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକର ମୋଟ ବ୍ୟୟ ଅଟକଳ ୧୭.୨ ଲକ୍ଷ କୋଟି ଟଙ୍କା ରହିଛି ଏବଂ ଏହାଦ୍ୱାରା ୧୨.୭ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି।

ସେ ଆହୁରି କହିଛନ୍ତି ଯେ, ଏଥିମଧ୍ୟରୁ ୫୧ ପ୍ରତିଶତ ପ୍ରକଳ୍ପ ଭୂମିସ୍ତରରେ କାର୍ଯ୍ୟାନ୍ୱୟନ ପର୍ଯ୍ୟାୟରେ ପହଂଚିଛି। ୫.୯ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକରେ ୭.୪ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ରହିଛି।

ଏହାପୂର୍ବରୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ, ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏଠାରେ ଆରମ୍ଭ ହୋଇଥିବା ୩୧ତମ ସିଆଇଆଇ ପାର୍ଟନରସିପ୍ ସମ୍ମିଳନୀରେ ଢୋଲ ବଜାଇ ଶୁଭାରମ୍ଭ କରିଥିଲେ। ତିନି ନେତା ସମ୍ମିଳନୀର ଆୟୋଜନ ସ୍ଥଳ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ କଲେଜ ପଡ଼ିଆ ପରିଦର୍ଶନ କରିବା ସହ ବିଭିନ୍ନ ସାଂସ୍କୃତିକ ଦଳର କଳା ପ୍ରଦର୍ଶନ ଉପଭୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande