ପୁରୀରେ ଭତା ବାଂଟିଲେ ପ୍ରଭାତୀ ପରିଡା
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗୁରୁବାର ଦିନ ପୁରୀ ଟାଉନ୍ ହଲ୍ ଠାରେ ଆୟୋଜିତ ପୁରୀ ଜିଲ୍ଲାର ନୂତନ ଭତା ବଂଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ପୁରୀ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ସତ୍ୟବାଦୀର ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ
cvdrgh


ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗୁରୁବାର ଦିନ ପୁରୀ ଟାଉନ୍ ହଲ୍ ଠାରେ ଆୟୋଜିତ ପୁରୀ ଜିଲ୍ଲାର ନୂତନ ଭତା ବଂଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଅବସରରେ ପୁରୀ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ସତ୍ୟବାଦୀର ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ ପିପିଲିର ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲାର ନୂତନ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତା ପ୍ରଦାନ କରାଯାଇଥିଲା।

ସମାଜର ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ସାମାଜିକ ସୁରକ୍ଷାର ସୁବିଧା ପହଂଚାଇବା ଆମ ସରକାରଙ୍କ ପ୍ରାଥମିକତା ବୋଲି ଶ୍ରୀମତୀ ପରିଡା ଏହି ଅବସରରେ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande