ସୁନ୍ଦରଗଡ ଷ୍ଟାଡିୟମ ପରିଦର୍ଶନ କଲେ କ୍ରୀଡ଼ା ମନ୍ତ୍ରୀ
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସକାଳୁ ସୁନ୍ଦରଗଡ଼ସ୍ଥିତ ଷ୍ଟାଡିୟମ ପରିଦର୍ଶନ କରିବା ସହ ସ୍ପୋର୍ଟ୍ସ ହଷ୍ଟେଲର ପ୍ରତିଭାବାନ ଅନ୍ତେବାସୀଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ମନ୍ତ୍ରୀ ଷ୍ଟାଡିୟମ ପରିସରରେ କିଛି ସମୟ ବ୍ୟାଡମିଂଟନ ଖେଳିବା ସହ ଖେଳ
hjuk


ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସକାଳୁ ସୁନ୍ଦରଗଡ଼ସ୍ଥିତ ଷ୍ଟାଡିୟମ ପରିଦର୍ଶନ କରିବା ସହ ସ୍ପୋର୍ଟ୍ସ ହଷ୍ଟେଲର ପ୍ରତିଭାବାନ ଅନ୍ତେବାସୀଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ମନ୍ତ୍ରୀ ଷ୍ଟାଡିୟମ ପରିସରରେ କିଛି ସମୟ ବ୍ୟାଡମିଂଟନ ଖେଳିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ ଉପବାଚସ୍ପତି ଭବାନୀଶଙ୍କର ଭୋଇ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଆମର ଯୁବ ପ୍ରତିଭାମାନଙ୍କୁ ଆଗକୁ ବଢ଼ାଇବା ଏବଂ ଖେଳର ଉନ୍ନତି ପାଇଁ ଆମ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande