
ଗଂଜାମ, 15 ନଭେମ୍ବର (ହି.ସ.) ଆସନ୍ତା ୧୮ରୁ୨୧ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ଅବପାତରେ ପରିଣତ ହେଵା ଆଶଙ୍କା ଥିବାରୁ ଗଞ୍ଜାମ ଜିଲ୍ଲାରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବର୍ତ୍ତମାନ ଭଞ୍ଜନଗର ଜଳଭଣ୍ଡାରରେ ୮୪ ପ୍ରତିଶତ ଜଳ ଥିବାବେଳେ ଡହ ଜଳଭଣ୍ଡାରେ ୯୦ ପ୍ରତିଶତ ଜଳ ଗଛିତ ଥିଵାରୁ ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଓ ବନ୍ୟା ଆଶଙ୍କାକୁ ଏଡାଇବା ପାଇଁ ଏହି ଦୁଇ ଜଳଭଣ୍ଡାରରୁ ଆଜିଠାରୁ ଜଳନିଷ୍କାସନ କରାଯିବ ଵୋଲି ଜଳସେଚନ ବିଭାଗ ସୂଚନା ଦେଇଛନ୍ତି। ଖାଲୁଆ ଅଞ୍ଚଳର ଲୋକେ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ଓ ଗାଈଗୋରୁ ଗୃହ ପାଳିତ ପଶୁଙ୍କୁ ନଦୀ କୂଳକୁ ନଛାଡିବାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ