ମା ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପରୁ ରଡ୍ ରିଙ୍ଗ୍ ଚୋରି ଅଭିଯୋଗ! ସିସିଟିଭିରେ କଏଦ ହେଲା ଗାଡ଼ିରେ ରଡ୍ ନେବା ଦୃଶ୍ୟ, ପୁଲିସ ଜବତ କଲା ଗାଡ଼ି; ଅଭିଯୁକ୍ତ ଫେରାର
ଘଟଗାଁ , ୧୫ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ମା’ ତାରିଣୀ ମନ୍ଦିରର ବିକାଶ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ରଖାଯାଇଥିବା ରଡ୍ ରିଙ୍ଗ୍ ଚୋରି ହୋଇଥିବା ନେଇ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାରେ ସିସିଟିଭି ଫୁଟେଜ୍ ଯାଂଚ ପରେ ପୁଲିସ ଏକ ହୁଣ୍ଡାଇ ଭିଆଇପି ଗାଡ଼ିକୁ
ମା’ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପରୁ ରଡ୍ ରିଙ୍ଗ୍ ଚୋରି ଅଭିଯୋଗ!  ସିସିଟିଭିରେ କଏଦ ହେଲା ଗାଡ଼ିରେ ରଡ୍ ନେବା ଦୃଶ୍ୟ, ପୁଲିସ ଜବତ କଲା ଗାଡ଼ି; ଅଭିଯୁକ୍ତ ଫେରାର


ଘଟଗାଁ , ୧୫ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ମା’ ତାରିଣୀ ମନ୍ଦିରର ବିକାଶ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ରଖାଯାଇଥିବା ରଡ୍ ରିଙ୍ଗ୍ ଚୋରି ହୋଇଥିବା ନେଇ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାରେ ସିସିଟିଭି ଫୁଟେଜ୍ ଯାଂଚ ପରେ ପୁଲିସ ଏକ ହୁଣ୍ଡାଇ ଭିଆଇପି ଗାଡ଼ିକୁ ଜବତ କରିଥିବା ବେଳେ ଗାଡ଼ି ମାଲିକ ଅଭିଯୁକ୍ତ ଦାରୁବ୍ରହ୍ମ ପଲେଇ ଘଟଣା ଦିନଠାରୁ ଫେରାର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମନ୍ଦିର ବିକାଶ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ରଖାଯାଇଥିବା ରଡ୍ ରିଙ୍ଗଗୁଡ଼ିକୁ କେତେକ ବସ୍ତାରେ ଭର୍ତି କରି ଏକ ହୁଣ୍ଡାଇ କାରରେ ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଦୃଶ୍ୟ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଂଚ କରି ଘଟଣାରେ ବ୍ୟବହୃତ ଗାଡ଼ିଟିକୁ ଜବତ କରିଛି। ଗାଡ଼ି ମାଲିକ ଦାରୁବ୍ରହ୍ମ ପଲେଇଙ୍କୁ ଏହି ଘଟଣାରେ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେ ଘଟଣା ଦିନଠାରୁ ଏପର୍ଯ୍ୟନ୍ତ ଫେରାର ଥିବା ଜଣାପଡ଼ିଛି। ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ।

ତେବେ ଚୋରି ହୋଇଥିବା ରଡ୍ ରିଙ୍ଗ୍ର ପରିମାଣ କେତେ, ତାହା କେଉଁଠାକୁ ନିଆଯାଇଛି ଏବଂ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

ମା’ ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ପାଇଁ ରଖାଯାଇଥିବା ନିର୍ମାଣ ସାମଗ୍ରୀର ସୁରକ୍ଷା ଓ ତଦାରଖ ବ୍ୟବସ୍ଥାକୁ ନେଇ ଏହି ଘଟଣା ଅନେକ ପ୍ରଶ୍ନ ଉଠାଇଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande