ଆଶ୍ରା ଅନୁଷ୍ଠାନରେ ଶିଶୁ ଦିବସ ପାଳନ
ବଲାଙ୍ଗିର 5 ନଭେମ୍ବର (ହି.ସ.) ବଲାଙ୍ଗିର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର ମିଳତ ଉଦ୍ୟମରେ ପେଲେସଲାଇନ ସ୍ଥିତ ଆଶ୍ରା ସଂଗଠନରେ ଶିଶୁ ଦିବସ ମାଳତୀ ଉଦ୍ଗାତା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଫ
ଆଶ୍ରା ଅନୁଷ୍ଠାନରେ ଶିଶୁ ଦିବସ  ପାଳନ


ବଲାଙ୍ଗିର 5 ନଭେମ୍ବର (ହି.ସ.) ବଲାଙ୍ଗିର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର ମିଳତ ଉଦ୍ୟମରେ ପେଲେସଲାଇନ ସ୍ଥିତ ଆଶ୍ରା ସଂଗଠନରେ ଶିଶୁ ଦିବସ ମାଳତୀ ଉଦ୍ଗାତା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପଦୀପ ପ୍ରଦାନ କରାଯାଇଥିଲା । ଅନ୍ତେବାସିନୀ ମାନସିକ ଅନଗ୍ରସର ପିଲାମାନଙ୍କ ମଧ୍ୟରେ ନୃତ୍ୟ, ଗୀତ ପ୍ରତିଯୋଗିତା କରାଯାଇଥିଲା । ପିଲାମାନଙ୍କୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପହାର ବିତରଣ ଓ ଫଳ ବିସ୍କୁଟ ଖାଇବାକୁ ଦିଆଯାଇଥିଲା । ଶିଶୁ ବିକାଶ କେନ୍ଦ୍ର ର ସଭାପତି କସ୍ତୁରୀ ରଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପଣ୍ଡିତ ନେହେରୁ ଙ୍କ ଜୀବନାଦର୍ଶକୁ ଅନୁକରଣ କରି ଜୀବନ ଗଠନ କରିବାକୁ ଉପସ୍ଥିତ ସଭ୍ୟ ସଭ୍ୟା ସଂକଳ୍ପବଦ୍ଧ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜଶ୍ରୀ ତ୍ରିପାଠି, ଦୀପ୍ତିମୟୀ ମିଶ୍ର, ସସ୍ମିତା ଖମାରୀ, ପ୍ରିୟା ମିଶ୍ର, ଶୋଭିନୀ ମହାଲିଙ୍ଗ, ଆରତୀ ମିଶ୍ର, ମାଧୁରୀ କୁଅଁର, ସ୍ୱର୍ଣ୍ଣଲତା ମିଶ୍ର, ପୁଷ୍ପଲତା ମିଶ୍ର, ମନ୍ଦାକିନୀ ବରେଇ, ତନୁଜା ପତି, ନିରୁପମା ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର ସହଯୋଗ କରିଥିଲେ । ଶେଷରେ ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande