
ଜୟପୁର , 15 ନଭେମ୍ବର (ହି.ସ.) ଜୟପୁର ସହରରେ ବଢୁଥିବା ଚୋରି, ଲୁଟ୍ ଓ ଡକାୟତି ବିରୋଧରେ ସୋମବାର ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ଏନେଇ ରବିବାର ବିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ରିବ ନାରାୟଣ ନନ୍ଦ । ଦିନକୁ ଦିନ ଜୟପୁର ସହରରେ ଲୁଟ୍, ଚୋରି ଓ ବିଭିନ୍ନ ଅପରାଧିକ ଘଟଣା ବଢୁଛି । ଜୟପୁର ସହର ବାସୀଙ୍କ ଧନ ଜୀବନର ସୁରକ୍ଷା ଦେବାରେ ପୋଲିସ ବିଫଳ ହୋଇଛି । ଏହି ଘଟଣାର ପ୍ରତିବାଦରେ ଟାଉନ ସମ୍ମୁଖରେ ସୋମବାର ଦିନ ୧୦ ଘଣ୍ଟା ସମୟରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଜୟପୁର ବିଜୁ ଜନତା ଦଳ ତରଫରୁ ସୁଚନା ଦିଆଯାଇଛି । ଜୟପୁର ସହରରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଡକାୟତି ହୋଇଥିବା ନେଇ ଟାଉନ ଥାନାରେ ଗତ ଶନିବାର ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତ୍ତି କରି ପୋଲିସ ସାଇଣ୍ଟିଫିକଟିମ ତଦନ୍ତ କରିଫେରିଛି । ଜୟପୁର ସହର ଲିଙ୍ଗରାଜ ନଗର ୧୭ ଲମ୍ବର ଲାଇରେ ସତ୍ୟ ନାରାୟଣ ଦଳାଇ ରହୁଛନ୍ତି । ପ୍ରଥମ ମହଲାରେ ସତ୍ୟ ନାରାୟଣ ରହୁଥିବା ବେଳେ ଉପର ମହଲାରେ ପୁ୍ଅ ବହୁ ରହୁଛନ୍ତି । ରାତ୍ର ସମୟରେ ଦୁବୁତ୍ତ ମାନେ କବାଟ ପିଟି ଘର ଭତିରେ ପଶିଥିଲେ । ଦୁବୁତ୍ତ ମାନେ ସତ୍ୟ ନାରାୟଣ ଙ୍କୁ କାବୁ କରି ହାତଗୋଡ ବାନ୍ଧି ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ । ଉପର ମହଲାରୁ ପୁଅ ବହୁ ଆସି ବାରୁ ବହୁ ଓ ପୁଅକୁ ମାଡ ମାରିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କୁ ଏକ ସ୍ଥାନରେ ବନ୍ଦକ ରଖି ଲୁଟ କରିଥିଲେ । ଦୁବୁତ୍ତତ୍ତଙ୍କ ଆକ୍ରମଣରେ ସତ୍ୟ ନାରାୟଣଙ୍କ ଆଖିରେ ଆଘାତ ଲାଗିଥିବା ବେଳେ ପୁଅ, ବହୁ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଦୁବୁତ୍ତ ମାନେ ପ୍ରାୟ ଦେଢ ଘଣ୍ଟା ରହି ଆତଙ୍କ ଖେଳାଇଥିଲେ । ଘର ଭିତରେ ୫ ଜଣ ଦୁବୁତ୍ତ ପସିଥିବା ବେଳେ ବାହାରେ ଜଣେ ଦୁବତ୍ତ ଅପେକ୍ଷା କରିଥିଲା । ଦୁବୁତ୍ତ ମାନେ ସିସି ଟିଭିର ହାଡଡେକ୍ସକୁ ଲୁଟ କରି ଘରର ସମସ୍ତ ଆସବା ପତ୍ରକୁ ଏଣେ ତେଣେ ଭିଙ୍ଗିବାସହ ୩ଟି ଆଲମାରି କୁ ଭାଙ୍ଗି ଦେଇଥିଲେ । ଦବୁତ୍ତମାନେ ଘରେ ଥିବା ୧୮ ଲକ୍ଷରୁ ଉଦ୍ଧ ଟଙ୍କା , ୪ଶହ ଗ୍ରାମର ସୁନା ଗହଣା, ଅଧା କିଲୋ ଓଜନର ପୁଜା ଘରେ ଥିବା ରୁପା ଜିନିଷ ଲୁଟ କରିଥିଲେ । ଲୁଟର ହୋଇଥିବା ସୁଚନା ଗହଣ ଟଙ୍କାର ଆନୁମନିକ ମୁଲ୍ୟ ୧ କୋଟି ଟଙ୍କାରୁ ଉଦ୍ଧ ହେବ ବୋଲି ପରିବାର ଲେକୋ ସୁଚନା ଦେଇଛନ୍ତି । ଦୁବୁତ୍ତ ମାନେ ପାଚେରି ଡେଇଁ ଘର ଭିତରେ ପଶିଥିଲେ । ପରେ ଦୁବୁତ୍ତ ମାନେ ଯିବା ପରେ ୧୧୨ ରେ ପୋଲିସକୁ ସତ୍ୟ ନାରାୟଣ ସୁଚନା ଦେଇଥିଲେ । ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିଟ ଟିମ ତଦନ୍ତ କରି ଫେରିଛି । ଏନେଇ ଜୟପୁର ଟାଉନ ଥାନାରେ ସତ୍ୟ ନାରାୟଣ ଙ୍କ ସାନ ପୁଅ ଦେବି ପ୍ରସାଦ ଦଳାଇ ଲିଖିତ ଅଭିଯୋଗ କରିଛନ୍ତି । ବତ୍ତମାନ ପରିବାର ଭିତରେ ଭୟର ବାତା ବରଣ ଦେଖାଯାଇଛି । ତୁର୍ନ୍ତ ଦୁବୁତ୍ତଙ୍କୁ ଗିରଫ କରିବା ସହ ଲୁଟ ସୁନା ଟଙ୍କାକୁ ଜବତ କରିବାକୁ ଦାବି କରିଛନ୍ତି । ଏହି ଘଟଣା ପଛରେ ଲୁଟେରା ମାନେ ପୁବରୁ ନଜର ରଖିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଏପରି ଘଟଣା ବାର ବାର ଘଟୁଥିବା ବିଜେଡି ଅଭିଯୋଗ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି