ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳିତ
ଜୟପୁର, ୧୫ ନଭେମ୍ବର (ହି.ସ.) - ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଅବସରରେ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ କୋଲାରସ୍ଥିତ ଏକଲବ୍ୟ ମଡେଲ ଆବାସିକ ବ
ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳିତ


ଜୟପୁର, ୧୫ ନଭେମ୍ବର (ହି.ସ.) - ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଅବସରରେ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ କୋଲାରସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟଠାରେ ଏକ ସ୍ୱତନ୍ତ୍ର ହିତାଧିକାରୀ ସହାୟତା ବଂଟନ କାର୍ଯ୍ୟକ୍ରମ ଓ ଜନଜାତୀୟ ଗୌରବ ଦିବସ-୨୦୨୬ ପାଳନ କରାଯାଇଥିଲା।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଜନଜାତି ଉନ୍ନୟନ ପରିଷଦ , କୋରାପୁଟର ଅଧ୍ୟକ୍ଷ ଭଗବାନ ମୁଦୁଲି, ସାଂସଦଙ୍କ ପ୍ରତିନିଧି ନରେନ୍ଦ୍ର କାନ୍ଧୁଲିଆ, ଜୟପୁର ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ ତୃପ୍ତି ବାରାଇ, କୋରାପୁଟ ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ, ବୋଇପାରିଗୁଡ଼ା ବିଡିଓ ସୁବ୍ରତ କୁମାର ସାହୁ, କୋରାପୁଟ ଝଊଉର ଉପାଧ୍ୟକ୍ଷ, ସହିଦ ଲକ୍ଷ୍ମଣ ନାୟକଙ୍କ ନାତି ଶ୍ରୀ ବାଣସିଂ ମାଝୀ ଏବଂ ଜନଜାତି ନେତା ତଥା ସମାଜସେବୀ ଶିବ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ ୪୬ ଜଣ ଜନଜାତି ହିତାଧିକାରୀଙ୍କୁ ୩୬,୯୭,୨୦୦ ଟଙ୍କାର ଆର୍ôଥକ ସହାୟତା ବଂଟନ କରାଯାଇଥିଲା। ଏଥିମଧ୍ୟରେ ଶିକ୍ଷା ସହାୟତା ବାବଦରେ ୮ ଜଣଙ୍କୁ ୬୨,୨୦୦ ଟଙ୍କା, ବିବାହ ସହାୟତା ବାବଦରେ ୩ ଜଣଙ୍କୁ ୧,୫୦,୦୦୦ ଟଙ୍କା, ମାତୃତ୍ୱକାଳୀନ ସହାୟତା ବାବଦରେ ୧୩ ଜଣଙ୍କୁ ୧,୩୦,୦୦୦ ଟଙ୍କା, ମୃତ୍ୟୁକାଳୀନ ସହାୟତା ବାବଦରେ ୧୧ ଜଣଙ୍କୁ ୩୩,୦୦,୦୦୦ ଟଙ୍କା ଏବଂ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ୧୧ ଜଣଙ୍କୁ ୫୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।

ଏଥିସହିତ ୧୧ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ପଞ୍ଜୀକରଣ କାର୍ଡ ମଧ୍ୟ ବଂଟନ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ, ତ୍ୟାଗ, ସଂଘର୍ଷ ଓ ଜନଜାତି ସମାଜର ଅଧିକାର ଏବଂ ସ୍ୱାଭିମାନ ରକ୍ଷା ପାଇଁ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଜନଜାତି ସମାଜର ସାମଗ୍ରିକ ବିକାଶ, ଶିକ୍ଷା, ଜୀବିକା ଓ ସାମାଜିକ ସୁରକ୍ଷା ଦିଗରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଂଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଜୟପୁର ଡିଭିଜନାଲ ଲେବର କମିଶନର, କୋରାପୁଟ ଓ ଜୟପୁରର ସହକାରୀ ପ୍ରକଳ୍ପ ପ୍ରଶାସକ (ଓଞଊଇ), ଜିଲ୍ଲା ମଙ୍ଗଳ ଅଧିକାରୀ, କୋରାପୁଟ, ଜୟପୁରର ଶ୍ରମ ଅଧିକାରୀ (ଏନଫୋର୍ସମେଂଟ) ଓ ଶ୍ରମ ଅଧିକାରୀ (ୱେଲଫେୟାର)ଙ୍କ ସମେତ ବୋଇପାରିଗୁଡ଼ା ବ୍ଲକ୍ର ବିଭିନ୍ନ ଅଧିକାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବାର ଦାୟିତ୍ୱ ତେନ୍ତୁଳିଗୁମ୍ମା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୂର୍ଯ୍ୟନାରାୟଣ ସାବତ ନିର୍ବାହ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande