
ମାଲକାନଗିରି , ୧୫ ନଭେମ୍ବର (ହି.ସ.)ମାଲକାନଗିରି ସଦର ମହକୁମା ସ୍ଥିତ ଅନ୍ଵେଷା ବାଳିକା ଛାତ୍ରୀନିବାସରେ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଛାତ୍ରୀମାନଙ୍କ ଅଭିଭାବକଙ୍କୁ ନେଇ, ଅଭି ଭାବକ ଜଣେ ଅଂଶୀଦାରବୈଠକ ଓ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ, ମାଲକାନଗିରି ଜିଲ୍ଲା ଶାଖାର ମୁଖ୍ୟ ପ୍ରବନ୍ଧକ ବିନୋଦ କୁମାର ବିଶୋେୟୀ, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଏ.ବିି.ଇ.ଓ ତଥା ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ମାଲକାନଗିରିର ସଭାପତି ରବୀନ୍ଦ୍ର କୁମାର ମହାରଣା, ସମ୍ମାନୀତ ଅତିଥିଭାବେ ଡଃ ରଞ୍ଜନ କୁମାର ସ୍ଵାଇଁ, ମୁଖ୍ୟ ଅଧ୍ୟାପକ, ବାଣିଜ୍ୟ ବିଭାଗ, ମାଲକାନଗିରି ମହାବିଦ୍ୟାଳୟ, ଦୁର୍ଯ୍ୟୋଧନ ପାତ୍ର,ଅବସରପ୍ରାପ୍ତ ଫରେଷ୍ଟର ତଥା ସମାଜ ସେବୀ,ସନ୍ତୋଷ କୁମାର ପଣ୍ଡା, ମଙ୍ଗଳ ସଂପ୍ରସାରଣ ଅଧିକାରୀ,ଖଇରପୁଟ, ମାଧବାନଦ ବିଶ୍ଵାଳ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଯୋଗ ଦେଇ ଥିଲେ।କଲ୍ୟାଣ ବିଭାଗ ସଂପ୍ରସାରଣ ଅଧିକାରୀ,ମାଲକାନଗିରି, ପ୍ରିୟ ବ୍ରତ ଦଣ୍ଡପତ ଙ୍କ ସଭାପତିତ୍ଵରେ ରାଷ୍ଟ୍ରୀୟ ସଂଗୀତ'ବନ୍ଦେ ମାତରମ' ଗାନ କରାଯିବା ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଅନ୍ଵେଷା ଛାତ୍ରୀନିବାସର ଛାତ୍ରୀମାନେ ମଞ୍ଚାସୀନ ଅତିଥିମାନଙ୍କୁ ସ୍ଵାଗତ ଜଣାଇଥିବା ବେଳେ ଛାତ୍ରୀନିବାସର ସହକାରୀ ସୁପରିଟେଣ୍ଡେଣ୍ଟ ସାବିତ୍ରୀ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥିଗଣ ଅନ୍ଵେଷା ଛାତ୍ରୀନିବାସର ଅନ୍ତେବାସୀ ମାନଙ୍କୁ ସରକାରଙ୍କ ତରଫରୁ ଯୋଗାଇଦିଆଯାଉଥିବା ସୁବିଧାସୁଯୋଗର ସଦୁପଯୋଗ କରି ନିଜକୁ ଜଣେ ସୁଯୋଗ୍ୟ ନାଗରିକ ଭାବେ ଗଢିିତୋଳିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ଏତଦ୍ବ୍ୟତୀତ ଭାରତୀୟ ଜାତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଜନଜାତି ସଂପ୍ରଦାୟର ଭୂମିକା ଓ ବିର୍ସା ମୁଣ୍ଡାଙ୍କ ସାହସ,ଜାତୀୟତାବାଦୀ ଚିନ୍ତନ ଓ କ୍ରାନ୍ତିକାରୀ ବିଚାର ଦ୍ଵାରା ଅବହେଳିତ ଆଦିବାସୀମାନେ ପୁରୁଷାନୁକ୍ରମେ ଭୋଗ କରି ଆସୁଥିବା ଜଙ୍ଗଲ, ଜଳ ଓ ଜମିକୁ ଇଂରେଜ ମାନେ ବଞ୍ଚିତ କରିଥିବାରୁ ଐତିହାସିକ ବିଦ୍ରୋହ' ଉଲଗୁଲାନ୍' ର ମହାନାୟକ ବିର୍ସା ମୁଣ୍ଡାଙ୍କ ବିଷୟରେ ଆଲୋକପାତ କରିବାସହ ସାମାଜିକ ଗଣମାଧମ ଠାରୁ ଦୂରରେ ରହି ମୋବାଇଲ୍ର ସଦ ବିନିଯୋଗ କରି ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବା ପାଇଁ ମଞ୍ଚାସୀନ ଅତିଥିମାନେ ମାର୍ଗଦର୍ଶନକରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିବା ପରେ ଗୁରୁମା ମମତା ସାହୁ ଙ୍କ ଦ୍ଵାର ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭାକାର୍ଯ୍ୟ ସମାପ୍ତ ହୋଇ ଥିଲା । ପରିଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ ବିଚିତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମଟିକୁ ଛାତ୍ରୀ ନିବାସର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ମ୍ୟାଟ୍ରନ,ସିସିଏ ପ୍ରମୁଖ ସହଯୋଗ ପ୍ରଦାନ କରି ସଫଳ କରିଥିବାରୁ ସେମାନଙ୍କର ଭୂୟସୀ ପ୍ରଶଂସା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ