ଜନଜାତି ଗୌରବ ଦିବସ ଅବସରରେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି
ଜନଜାତି ଗୌରବ ଦିବସ ଅବସରରେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି
ଜନଜାତି ଗୌରବ ଦିବସ ଅବସରରେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି


ସମ୍ବଲପୁର, ୧୫, ନଭେମ୍ବର (ହି.ସ.) - ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ‘ଧରତୀ ଆବା’ ବୀର ଶହୀଦ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ‘ଜନଜାତି ଗୌରବ ଦିବସ’ ଅବସରରେ ସମ୍ବଲପୁରର ଅଇଁଠାପାଲି ଛକ ସ୍ଥିତ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଅନ୍ୟାୟ ବିରୋଧରେ ଲଢ଼େଇ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ ହୋଇରହି ବ। ସେ ଜନଜାତି ସମାଜରେ ସ୍ୱାଭିମାନ ଏବଂ ଅଧିକାରର ଏକ ନୂତନ ଚେତନା ଜାଗ୍ରତ କରିଥିଲେ। ତାଙ୍କର ରାଷ୍ଟ୍ରଭକ୍ତି ସର୍ବଦା ଦେଶବାସୀଙ୍କୁ ଦେଶସେବାରେ ଅନୁପ୍ରାଣିତ କରିବ । ଦେଶର ଜନଜାତି ସମାଜର ଅବଦାନକୁ ସମ୍ମାନ ଜଣାଇ ଶ୍ରୀ ପ୍ରଧାନ ଆହୁରି ମତବ୍ୟକ୍ତ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଦୂରପ୍ରସାରୀ ନେତୃତ୍ୱରେ ଭାରତ ସରକାର ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତି ଗୌରବ ଦିବସ’ ଭାବେ ପାଳନ କରିବା ସହ ଦେଶର ପ୍ରକୃତ ନାୟକମାନଙ୍କୁ ସମ୍ମାନିତ କରିଛନ୍ତି। ଏହାଦ୍ୱାରା ଜନଜାତି ସମାଜର ଗୌରବ ଓ ସ୍ୱାଭିମାନକୁ ଆଜି ଏକ ନୂଆ ଶିଖରକୁ ନିଆଯାଇପାରିଛି । ଏହି ପବିତ୍ର ଅବସରରେ ଶ୍ରୀ ପ୍ରଧାନ ଦେଶର ତଥା ଓଡ଼ିଶାର ସମସ୍ତ ଜନଜାତି ଭାଇଭଉଣୀ ଏବଂ ନାଗରିକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande