ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି , ୧୫ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଚାଞ୍ଚଲ୍ୟ। ମୋଟୁ ଥାନା ଅନ୍ତର୍ଗତ ଏମପିଭି ୭୮ ଗ୍ରାମର ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରିଛି ମୋଟୁ ପୁଲିସ। ମୃତ ମହିଳାଙ୍କ ନାଁ ସୁନୀତା ମଣ୍ଡଳ (୨୫) ବୋଲି ଜଣା ପଡିଛି। ମୃତ ମହିଳାଙ୍କ ଭିଣୋଇ
ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର


ମାଲକାନଗିରି , ୧୫ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଚାଞ୍ଚଲ୍ୟ। ମୋଟୁ ଥାନା ଅନ୍ତର୍ଗତ ଏମପିଭି ୭୮ ଗ୍ରାମର ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରିଛି ମୋଟୁ ପୁଲିସ। ମୃତ ମହିଳାଙ୍କ ନାଁ ସୁନୀତା ମଣ୍ଡଳ (୨୫) ବୋଲି ଜଣା ପଡିଛି। ମୃତ ମହିଳାଙ୍କ ଭିଣୋଇ ମୋଟୁ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ମୋଟୁ ପୁଲିସ ଶବକୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଛି।ଗତକାଲି ରାତିରେ ମହିଳା ଜଣଙ୍କ ଘର ଭିତରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମୃତ ମହିଳାଙ୍କର ଦୁଇଟି ସନ୍ତାନ ଥିବା ବେଳେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande