ବୋରିଗୁମ୍ମା ରେ ଭାଲୁ ଆତଙ୍କ
ଜୟପୁର, 15 ନଭେମ୍ବର (ହି.ସ.) ପୁଣି ବୋରିଗୁମ୍ମା ବନାଞ୍ଚଳ ରେ ଭଲୁ ଆତଙ୍କ। ବୋଡି ଗାଁ ପରେ ଏବେ ନୂଆଗାଁ ମାଝୀଗୁଡା ରେ ପୁଣି ଆତଙ୍କ ଖେଳାଉଛନ୍ତି ଭାଲୁ।କିଛିଦିନ ପୂର୍ବେ ବୋଡିଗାଁ ଅଞ୍ଚଳରେ ରେ ତିନି ଭାଲୁ ତିନି ମାସ ଧରି ଆତଙ୍କ ଖେଳାଇ ଥିଲେ। ତିନି ମାସର ଉଦ୍ୟମ ପରେ ଶେଷରେ ସେହି ତିନି ଭଲ
ବୋରିଗୁମ୍ମା ରେ ଭାଲୁ ଆତଙ୍କ


ଜୟପୁର, 15 ନଭେମ୍ବର (ହି.ସ.)

ପୁଣି ବୋରିଗୁମ୍ମା ବନାଞ୍ଚଳ ରେ ଭଲୁ ଆତଙ୍କ। ବୋଡି ଗାଁ ପରେ ଏବେ ନୂଆଗାଁ ମାଝୀଗୁଡା ରେ ପୁଣି ଆତଙ୍କ ଖେଳାଉଛନ୍ତି ଭାଲୁ।କିଛିଦିନ ପୂର୍ବେ ବୋଡିଗାଁ ଅଞ୍ଚଳରେ ରେ ତିନି ଭାଲୁ ତିନି ମାସ ଧରି ଆତଙ୍କ ଖେଳାଇ ଥିଲେ। ତିନି ମାସର ଉଦ୍ୟମ ପରେ ଶେଷରେ ସେହି ତିନି ଭଲୁ କୁ ଯନ୍ତା ରେ ଧରିଲା ବନ ବିଭାଗ। ଏବେ ପୁଣି ନୂଆଗାଁ ପଞ୍ଚାୟତ ର ମାଝୀ ଗୁଡା ଅଞ୍ଚରେ ମାଆ ଭାଲୁ ଏବଂ ଦୁଇ ଛୁଆ ଭାଲୁ ଆତଙ୍କ ଖେଳାଉଛନ୍ତି। ମାଆ ଭାଲୁ ଦୁଇ ଛୁଆ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ଗାଁ ପାଖରେ ବୁଲୁଥିବା ଲୋକେ ଦେଖି ଭୟଭୀତ ହୋଇ ରହିଛନ୍ତି।ପୂର୍ବରୁ ବନ ବିଭାଗ ପ୍ରସ୍ତୁତ ହୋଇ ପଦକ୍ଷେପ ଗ୍ରହଣ କଲେ ଅଘଟଣ ହଟେଇ ପାରିବେ ବୋଲି ଲୋକେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande