
ଚମ୍ପୁଆ, ୧୫ ନଭେମ୍ବର (ହି.ସ.) - ଚମ୍ପୁଆ ଅଂଚଳର ଜଣେ ପରିଚିତ ତଥା ଧର୍ମପରାୟଣ ମହିଳା ରାଧାମଣୀ ପୋଦ୍ଦାରଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି। ବୁଧବାର ରାତି ପ୍ରାୟ ୧୨ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ହରିଶ ଚନ୍ଦ୍ର ପୋଦ୍ଦାର, ପୁଅ ମୁକେଶ ପୋଦ୍ଦାରଙ୍କ ସମେତ ପରିବାରର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ପରେ ସ୍ଥାନୀୟ ବୈତରଣୀ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ମୁକେଶ ପୋଦ୍ଦାର ମୁଖାଗ୍ନି ଦେଇଥିଲେ। ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ପରିଚିତ ରାଧାମଣୀଙ୍କ ବିୟୋଗରେ ସମଗ୍ର ଚମ୍ପୁଆ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta