
ଭୁବନେଶ୍ୱର, , ୧୫ ନଭେମ୍ବର (ହି.ସ.)::
ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଏକାମ୍ର ହାଟରେ ଚାଲିଥିବା ସାତଦିନ ବ୍ୟାପୀ ୩୭ ତମ ଶିଶୁମେଳାର ଆଜି ଥିଲା ଦ୍ଵିତୀୟ ଦିବସ । ସଖାଳୁ ଚଳ ଚଞ୍ଚଳ ହୋଇ ଉଠିଥିଲା ଏକାମ୍ର ହାଟର ପ୍ରାଙ୍ଗଣ କାରଣ ଅଜିଥିଲା ପିଲାମାନଙ୍କ ମଧ୍ୟରେ ‘ଚିତ୍ରାଙ୍କନ’ ପ୍ରତିଯୋଗୀତା ଓ ଗୀତ ପ୍ରତିଯୋଗୀତା । ରଙ୍ଗ ତୁଳିରେ ପିଲାମାନେ ସଜାଇଥିଲେ “ମୋ ସ୍ଵପ୍ନର ବିକଶିତ ଓଡିଶା, ମୋ ସ୍ବପ୍ନର ଭୁବନେଶ୍ବର ସହର ଓ ଆମ ପରିବେଶ” । ସନ୍ଧ୍ୟାର ଆଗମନରେ ଏକାମ୍ର ହାଟର ମଞ୍ଚଟି ହେଉଥିଲା ଆଲୋକିତ ଓ ହସି ଖୁସିରେ ଭରିଥିବା ଏକ ଛୋଟ ଦୁନିଆ । କାରଣ ଆରମ୍ଭ ହୋଇଥିଲା କୁନି କୁନି ଛୁଆ ମାନଙ୍କ ମଧ୍ୟରେ ‘ବେବି ଅଫ ଦି ଇଅର’ ପ୍ରତିଯୋଗୀତା ଓ ପରେପରେ ଓଡିଶୀ ନୃତ୍ୟ ପ୍ରତିଯୋଗୀତା। ସୁନ୍ଦର ଓଡିଶୀ ପୋଷାକରେ ସୁସଜ୍ଜିତ ହୋଇ ପିଲାମାନେ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନମୋହିଥିଲେ। ଆଜିର ପ୍ରତିଯୋଗୀତାର ବିଚାରକ ମାନେ ଥିଲେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ବାଞ୍ଛାନିଧି ପଟ୍ଟନାୟକ ଓ ସରୋଜିନୀ ମହାନ୍ତି; ବିଶିଷ୍ଟ ଗାୟିକା ବନ୍ଦିତା ଦାସ, ହରପ୍ରିୟା ପତି, ଜୟଶ୍ରୀ ଜ୍ୟୋତିର୍ମୟୀ ସାହୁ ଓ ଇତିଶ୍ରୀ ଦୀକ୍ଷିତ; ଡଃ ପୁରାରିମା ପ୍ରଧାନ, ଡଃ ମିଲନ ମେହର, ଓ ଡଃ ସୁନନ୍ଦା ପଟ୍ଟନାୟକ; ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବିଶିଷ୍ଟ ନୃତ୍ୟ ଶିଳ୍ପୀ ମିନାକ୍ଷୀ ବେହେରା, ମମତା ଶତପଥୀ, ଆହୁତି ବରାଳ ଓ ଅନ୍ନପୂର୍ଣା ମହାନ୍ତି ।
ଏହି କାର୍ୟ୍ୟକ୍ରମ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ହୋଇଥିଲା ।
ଆଜି ସନ୍ଧ୍ୟାର ଅତିଥି ମାନେ ଥିଲେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଶିକ୍ଷାବିତ୍ ଚିତ୍ରଲେଖା ମହାନ୍ତି, ସମାଜିକ କର୍ମୀ ରୁବି ରାଉତ, ଓ ଏନଏଚଏମ ସୋନପୁରର ଜିଲ୍ଲା କାର୍ୟ୍ୟକ୍ରମ ପରିଚାଳକ ରୂପକ ମହାପାତ୍ର । ପିଲାମାନଙ୍କର ଅନ୍ତନିହିତ ଗୁଣ ର ବିକାଶ ପାଇଁ ସେମାନଙ୍କୁ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଉତ୍ସାହିତ କରିବା ସହିତ ସେମାନଙ୍କର ସୁରକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବା ଉଚିତ। ଏହିପ୍ରକାରର ଭାଗୀଦାରୀତା ପିଲାମାନଙ୍କର ବଳିଷ୍ଟ ବ୍ୟକ୍ତିତ୍ବ ଗଢିବାରେ ସାହାଯ୍ୟ କରିବ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁମେଳା କମିଟିର ସଭାପତି ତଥା ବରିଷ୍ଟ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଓ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ପୂଜା ପଣ୍ଡା, ଶାନ୍ତିଲତା ସାହୁ, ପ୍ରଭାତ କୁମାର ସାହୁ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା