
ଭୁବନେଶ୍ୱର, ୧୫
ନଭେମ୍ବର (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ
ତଥା ‘ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ‘ଜନଜାତି ଗୌରବ ଦିବସ’ ଅବସରରେ
ସମ୍ବଲପୁରର ଅଇଁଠାପାଲି ଛକ ସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ‘ଭାରତୀୟ
ସ୍ୱାଧୀନତା ସଂଗ୍ରାମ ଏବଂ ଅନ୍ୟାୟ ବିରୋଧରେ ଲଢ଼େଇ ପାଇଁ ତାଙ୍କର ଅତୁଳନୀୟ ତ୍ୟାଗ ଓ ବଳିଦାନ
ଆମ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ ହୋଇରହିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତି ଗୌରବ
ଦିବସ’ ଭାବେ ପାଳନ କରି ଜନଜାତି ସମାଜର ଗୌରବକୁ ନୂଆ ଶିଖରକୁ ନେଇଛନ୍ତି । ଏହି ପବିତ୍ର ଅବସରରେ
ଦେଶର ସମସ୍ତ ଜନଜାତି ଭାଇଭଉଣୀ ଓ ନାଗରିକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି
ଧର୍ମେନ୍ଦ୍ର ପ୍ରଧାନ.।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା