ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଡ. ସ୍ୱଦେଶ ସିଂହ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.) ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ସଂଘର୍ଷ, ତ୍ୟାଗ ଓ ଆଦର୍ଶକୁ ସ୍ମରଣ କରି ବିଜେପି ରାଷ୍ଟ୍ରୀୟ ସଚିବ ତଥା ଓଡ଼ିଶା ସହ-ପ୍ରଭାରୀ ଡ. ସ୍ୱଦେଶ ସିଂହ ତାଙ୍କ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସ
ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ   ଡ. ସ୍ୱଦେଶ ସିଂହ


ଭୁବନେଶ୍ୱର, 15 ନଭେମ୍ବର (ହି.ସ.) ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ସଂଘର୍ଷ, ତ୍ୟାଗ ଓ ଆଦର୍ଶକୁ ସ୍ମରଣ କରି ବିଜେପି ରାଷ୍ଟ୍ରୀୟ ସଚିବ ତଥା ଓଡ଼ିଶା ସହ-ପ୍ରଭାରୀ ଡ. ସ୍ୱଦେଶ ସିଂହ ତାଙ୍କ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ସେ ଭୁବନେଶ୍ୱରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ପରେ ବିର୍ସା ମୁଣ୍ଡା ଛାତ୍ରାବାସର ଛାତ୍ରଛାତ୍ରୀ ଏବଂ ଜନଜାତି ସମାଜର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିର୍ସା ମୁଣ୍ଡାଙ୍କ ସଂଘର୍ଷ, ତ୍ୟାଗ, ଜନଜାତି ଅସ୍ମିତାର ସୁରକ୍ଷା ଏବଂ ସମାଜର ଉତ୍ଥାନ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ସେ ଆଲୋକପାତ କରିଥିଲେ ।

ଏହି ଅବସରରେ ଡ. ସିଂହ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଯେଉଁ ଜନଜାତି ସମାଜର ସ୍ୱାଭିମାନ, ଅଧିକାର ଓ ସମ୍ମାନ ପାଇଁ ସଂଘର୍ଷ କରିଥିଲେ, ସେହି ସମାଜକୁ ବିକାଶର ମୁଖ୍ୟସ୍ରୋତରେ ସମ୍ମାନଜନକ ଭାଗୀଦାରି ପ୍ରଦାନ କରିବା ଆଜି ଆମର ଜାତୀୟ ଦାୟିତ୍ୱ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande