ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ : ଭଗବାନ ବିର୍ସା ମୁଣ୍ଡା ଓ ବିଶ୍ୱାବସୁ ତଥା ଜଗନ୍ନାଥ ସଂସ୍କୃତିର ଆମେ ବଂଶଧର ମୁଖ୍ୟ ଅତିଥି: ଶ୍ରୀ ବେଉରା
ଖୋର୍ଦ୍ଧା, ୧୫ ନଭେମ୍ବର (ହି.ସ.) - ଆମର ପୂର୍ବ ଶରୀର ଜଙ୍ଗଲରେ ଥିଲା, ଆମ ଶରୀରରେ ସମସ୍ତଙ୍କ କଷ୍ଟ ଜଡ଼ିତ, ଆମ ନିଜର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ଅନୁସୂଚିତ ଜନଜାତି ସଂସ୍କୃତି ସହ ଜଡ଼ିତ । ୧୮୭୫ ମସିହାରେ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ,ସେ ସାମାଜିକ ସଭ୍ୟତା ଉତଥାନ ରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ,
Janajati


ଖୋର୍ଦ୍ଧା, ୧୫ ନଭେମ୍ବର (ହି.ସ.) - ଆମର ପୂର୍ବ ଶରୀର ଜଙ୍ଗଲରେ ଥିଲା, ଆମ ଶରୀରରେ ସମସ୍ତଙ୍କ କଷ୍ଟ ଜଡ଼ିତ, ଆମ ନିଜର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ଅନୁସୂଚିତ ଜନଜାତି ସଂସ୍କୃତି ସହ ଜଡ଼ିତ । ୧୮୭୫ ମସିହାରେ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ,ସେ ସାମାଜିକ ସଭ୍ୟତା ଉତଥାନ ରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ, ଆମେ ବିଶ୍ୱାବସୁ ଜନଜାତି ବଂଶଧର,ଆମେ ଭଗବାନ ବିର୍ସା ମୁଣ୍ଡା ଙ୍କ ବଂଶଧର । ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଯୁବ ଗୋଷ୍ଠୀ , ବୁଦ୍ଧିଜୀବୀ, ପୁରୁଷ, ମହିଳା, ସମସ୍ତ ଜାତି, ସମସ୍ତ ଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ମାନେ ଭଗବାନ ବିର୍ସା ମୁଣ୍ଡା ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକଶିତ ଓଡ଼ିଶା ଅ୨୦୩୬ ଏବଂ ବିକଶିତ ଭାରତ ଅ୨୦୪୭ ଭିଜନକୁ ସାକାର କରିବା ପାଇଁ ଏବଂ ଏକ ସମୃଦ୍ଧ, ସୁସ୍ଥ ,ସମାଜ ଗଠନରେ ନିଜର କର୍ତବ୍ୟ ପାଳନ ପାଇଁ ଆଗେଇ ଆସିବାକୁ ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମା ପୌରପରିଷଦ ଟାଉନ୍ ହଲ୍ ଠାରେ ଜିଲ୍ଲା ପ୍ରଶାସନ ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମିଳିତ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ଏବଂ ଭଗବାନ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଆହ୍ୱାନ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, କୈଳାସ ଚନ୍ଦ୍ର ଦାସ ଯୋଗଦେଇ କହିଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁସୂଚିତ ଜନଜାତି ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି ,ଉକ୍ତ ଯୋଜନା ଗୁଡିକର ବ୍ୟାପକ ଜନସଚେତନତା ନିମନ୍ତେ ଛାତ୍ର ଛାତ୍ରୀ, ଅଭିଭାବକ, ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମାଆ ମାନେ ଆଗେଇ ଆସିବାକୁ ନିଜ ଭାଷଣରେ ପରାମର୍ଶ ପ୍ରଦାନ କରିଥିଲେ କ୍ଷ ଅନ୍ୟତମ ସମ୍ମାନିତ ଅତିଥି ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ଯୋଗଦେଇ କହିଲେ ଜେ ମାନ୍ୟବର ପ୍ରଧାନମନ୍ତ୍ରୀ ଜନଜାତିଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କ୍ଷ ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ଯୁବକ ଯୁବତୀ ଖେଳ, ନାଚ, ଚାକିରି ସବୁଥିରେ ଆଗକୁ ବଢନ୍ତୁ ବୋଲି କହି ସମସ୍ତେ ଏକାଠି ହୋଇ ଆମ ସମାଜ ଓ ଦେଶକୁ ଆଗକୁ ନେବାକୁ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଜିଲ୍ଲାସ୍ତରୀୟ ଜନଜାତି ଗୌରବ ଦିବସ ପାଳନ ଉପଲକ୍ଷେ ଶତକଡା ୮୫ ଭାଗରୁ ଅଧିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ନମ୍ବର ରଖିଥିବା ତପୋବନ ହାଇସ୍କୁଲ, ଖଣ୍ଡଗିରି ର ଛାତ୍ର ଆର୍ତତ୍ରାଣ ମଲ୍ଲିକ ଏବଂ ଆନନ୍ଦମାସି ନାୟକଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଚିତ୍ରକଳା, ନୃତ୍ୟ, ସଙ୍ଗୀତ, କୁଇଜ୍, ପ୍ରବନ୍ଧ, ଗଳ୍ପ ଲିଖନ ଆଦି ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତି ଯୋଗୀ ଙ୍କୁ ସାର୍ଟିଫିକେଟ ଓ ଟ୍ରଫି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଅନୁସୂଚିତ ଜନଜାତି ବାସୁଦେବ ଦେହୁରୀଙ୍କୁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କାର ଚେକ୍ ମୁଖ୍ୟ ଅତିଥି ପ୍ରଦାନ କରିବା ସହ ବିଭିନ୍ନ ପ୍ରତିଭା ପାଇଁ ପ୍ରାୟ ୮ ଜଣଙ୍କୁ ପୁରସ୍କୃତ କରାଯାଇଥିଲା କ୍ଷ ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା କ୍ଷ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ବୃନ୍ଦ ଶ୍ରୀଜଗନ୍ନାଥ ବିଗ୍ରହ ଓ ବିର୍ଷା ମୁଣ୍ଡା ଫୋଟୋ ଚିତ୍ର ନିକଟରେ ପୁଷ୍ପ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଦିବସକୁ ଉଦ୍ଘାଟନ କରିଥିଲେ । ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ମୋହନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ନୂତନ ଭାବେ ଯୋଗଦେଇ ଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଦିବସରେ ଓଡ଼ିଶାର ଜାତୀୟ ଆଂଚଳିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀର ସିଧା ପ୍ରସାରଣ ଦିବସରେ ପ୍ରଦର୍ଶିତ ହୋଇଥିଲା । ଦିବସରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମିତା ମହାନ୍ତି ଏବଂ ସହକାରୀ ଶ୍ରମ ଅଧିକାରୀ ଅର୍ଚ୍ଚନା ନାୟକ ମଂଚାସୀନ ଥିବାବେଳେ ସି ଆର ସି ସି ରେବତୀ ପଣ୍ଡା ମଂଚ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ଶ୍ରମ ବିଭାଗ ର କର୍ମ ଚାରି ବୃନ୍ଦ, ଗଣ ମାଧ୍ୟମ ପ୍ରତିନିଧି , ବିଭିନ୍ନ ମହାବିଦ୍ୟାଳୟ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଶ୍ରମ ସ୍କୁଲର ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅତ୍ୟାବଶ୍ୟକ ସେବା ବିଭାଗର ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande