
କେନ୍ଦ୍ରାପଡ଼ା , 15 ନଭେମ୍ବର
(ହି.ସ.):
କେନ୍ଦ୍ରାପଡ଼ା ସହର ସ୍ଥିତ ଗୁଲନଗର ଛକ ରେ ଆଜି ଜେନେରିକ୍ ଔଷଧର ଉପକାରିତା ଓ ଉପଲବ୍ଧତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ ହୋଇଛି।ଏହି କାର୍ୟ୍ୟକ୍ରମରେ ଔଷଧର ଗୁଣବତ୍ତା, ବ୍ୟବହାର ଓ କମ୍ ମୂଲ୍ୟରେ ଔଷଧ ଉପଲବ୍ଧ ହେବା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଯାଇଥିଲା। ମଞ୍ଚରେ ମୁଖ୍ୟ ଅତିଥି ଯଥା ଊକ୍ସ ଅମିତ କୁମାର ପ୍ରଧାନ କେନ୍ଦ୍ରାପଡା, ପ୍ରତାପ ଚନ୍ଦ୍ର ନୟାକ, ପ୍ରିନ୍ସିପାଲ୍, ଗୋଲମୁଣ୍ଡା ଡିଗ୍ରୀ କଲେଜ୍, କାଲାହାଣ୍ଡି,ପ୍ରାର୍ଥ ସେନଗୁପ୍ତା, ଜେନେରିକ୍ଟ ରିଜିଓନାଲ ମ୍ୟାନେଜର୍, ଓଡିଶା ଏବଂ ୱେଷ୍ଟ ବେଙ୍ଗାଲ୍,ଦେବାଶିଷ ହୋତା,ଜେନେରିକାର୍ଟ ଡିଷ୍ଟ୍ରିକ୍ଟ ଫ୍ରାଞ୍ଚାଇଜ୍ ମ୍ୟାନେଜର୍,ଅବସର ପ୍ରାପ୍ତ ଇଞ୍ଜିନିୟର ଭ୍ରମରବର ସ୍ୱାଇଁ,ଏହି କାଯ୍ୟକ୍ରମ ଆୟଜ ସତ୍ୟଜିତ ବେହେରା ମଞ୍ଚରେ ମୁଖ୍ୟ ଅତିଥି ଉପସ୍ଥିତ ବକ୍ତାମାନେ ଜେନେରିକ୍ ଔଷଧ ସମ୍ପର୍କରେ ନିଜର ମତ ରଖିବା ସହ ସାଧାରଣ ଲୋକଙ୍କୁ ଏହାର ସୁବିଧା ବିଷୟରେ ଅବଗତ କରାଇଥିଲେ।ଏଭଳି କାର୍ୟ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହ ଚିକିତ୍ସା ଖର୍ଚ୍ଚ କମାଇବା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ସହାୟକ କେନ୍ଦ୍ର କିପରି ଆଗକୁ ସଫଳ ହୋଇପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ରବି