ଆଇଟିଏପି ତରଫରୁ ଶିଶୁମାନଙ୍କୁ ସମ୍ବର୍ଦ୍ଧନା ଓ ପାଠ୍ୟ ସାମଗ୍ରୀ ବଣ୍ଟନ
ଆଇଟିଏପି ତରଫରୁ ଶିଶୁମାନଙ୍କୁ ସମ୍ବର୍ଦ୍ଧନା ଓ ପାଠ୍ୟ ସାମଗ୍ରୀ ବଣ୍ଟନ ପୁରୀ, 15 ନଭେମ୍ବର (ହି.ସ.)- ଆଇଟି ଆସୋସିଏସନ ପୁରୀ ପକ୍ଷରୁ ପୁରୀ ସଦର ବ୍ଲକ ଅନ୍ତର୍ଗତ ବେଳଦଳ ପଞ୍ଚାୟତର ଉର ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଉପଲକ୍ଷେ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।ପ୍ରାରମ୍ଭର
ଆଇଟିଏପି ତରଫରୁ ଶିଶୁମାନଙ୍କୁ ସମ୍ବର୍ଦ୍ଧନା ଓ ପାଠ୍ୟ ସାମଗ୍ରୀ ବଣ୍ଟନ


ଆଇଟିଏପି ତରଫରୁ ଶିଶୁମାନଙ୍କୁ ସମ୍ବର୍ଦ୍ଧନା ଓ ପାଠ୍ୟ ସାମଗ୍ରୀ ବଣ୍ଟନ

ପୁରୀ, 15 ନଭେମ୍ବର (ହି.ସ.)- ଆଇଟି ଆସୋସିଏସନ ପୁରୀ ପକ୍ଷରୁ ପୁରୀ ସଦର ବ୍ଲକ ଅନ୍ତର୍ଗତ ବେଳଦଳ ପଞ୍ଚାୟତର ଉର ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଉପଲକ୍ଷେ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।ପ୍ରାରମ୍ଭରେ ଅନୁଷ୍ଠାନର ଫାଉଣ୍ଡର ମେମ୍ବର ତଥା ସମାଜସେବୀ ହେକ୍ଟର ମିଶ୍ର ସ୍ୱାଗତ ଭାଷଣ ଦେଇ କୋମଳମତି ଶିଶୁମାନଙ୍କୁ କିପରି ସ୍ନେହ ଓ ଯତ୍ନର ସହ ଶିକ୍ଷା ପ୍ରଦାନ କରାଯାଇପାରିବ, ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ପରେ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ଅଜିତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତି ଆଇଟିଏପି ର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ସମ୍ପାଦକ ହିମାଂଶୁ ମୋହନ ମହାନ୍ତି ବର୍ତ୍ତମାନ ସମୟରେ ସମାଜ କିପରି ଉତ୍ତମ ଶିକ୍ଷାଠାରୁ ଦୂରେଇ ଯାଉଛି, ସେ ସମ୍ପର୍କରେ ମତ ରଖିଥିଲେ।ଉପସଭାପତି ସନ୍ଦୀପ ନାୟକ, ସତ୍ୟନାରାୟଣୀ ପ୍ରଧାନୀ ଓ ହରେକୃଷ୍ଣ ନାୟକ ଶିଶୁମାନଙ୍କୁ ପ୍ରେମ, ସ୍ନେହ ଓ ଉତ୍ତମ ବ୍ୟବହାର ଦ୍ୱାରା ଭବିଷ୍ୟତରେ ଜଣେ ଜଣେ ଆଦର୍ଶ ମଣିଷ ଭାବେ ଗଢ଼ି ତୋଳାଯାଇପାରିବ ବୋଲି କହିଥିଲେ।ଉର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ବାରିକ, ପ୍ରମିଳା ଦାସ ଓ ଭୀମସେନ ମହାପାତ୍ର ଆଇଟିଏପି ର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ଶିଶୁ ଦିବସ ଅବସରରେ ଉପହାର ପ୍ରଦାନ କରିଥିବାରୁ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରିୟପ୍ରତ ପ୍ରଧାନ, ସୌମେନ୍ଦ୍ର ସୁନ୍ଦର ରାୟ, ଅଭୟ କୁମାର ସ୍ୱାଇଁ, ସୁକାନ୍ତ କୁମାର ମହାନ୍ତି, ସମରେନ୍ଦ୍ର ପାଇକରାୟ ଓ ଇନାମ ରସୁଲଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗଦାନ କରିଥିଲେ।ପରିଶେଷରେ ସୁଦର୍ଶନ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande