
ଝାରସୁଗୁଡ଼ା, 15 ନଭେମ୍ବର (ହି.ସ.)ଝାରସୁଗୁଡ଼ା ବିଜୁ ଛାତ୍ର ଜନତା ଦଳର ସାଂଗଠନିକ ଭିଭିକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଗତିଶୀଳ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ବ୍ଳକ୍ ଓ ପୌରାଞ୍ଚଳ ପାଇଁ ନୂତନ ସଭାପତି ନିଯୁକ୍ତ କରାଯାଇଛି । ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରୁ ଜାରି ଏକ କାର୍ଯ୍ୟାଳୟ ଆଦେଶ ମାଧ୍ୟମରେ ଏହି ନିଯୁକ୍ତି ଘୋଷଣା କରାଯାଇଛି। ଝାରସୁଗୁଡ଼ା ବୃକ୍ ସଭାପତି ଭାବେ ରିଙ୍କୁ ପାତ୍ର, ଝାରସୁଗୁଡ଼ା ପୌରାଞ୍ଚଳ ପାଇଁ ଗୌରବ ଶାହ, ଲଇକେରା ବ୍ଳକ୍ ପାଇଁ ପାୟଲ କୁଅଁର, କୋଲାବିରା ବ୍ଳକ୍ ପାଇଁ ସୁରଜିତ ସିଂ ନାଏକ ଏବଂ କିର୍ମିରା ବ୍ଲକ୍ ପାଇଁ ଅଙ୍କିତ ସାଙ୍କୁ ଦାୟିତ୍ଵ ଦିଆଯାଇଛି। ସେହିପରି ବ୍ରଜରାଜନଗର ପୌରାଞ୍ଚଳ ପାଇଁ ସିଦ୍ଧାର୍ଥ ମହାନ୍ତି, ବେଲପାହାଡ଼ ପୌରାଞ୍ଚଳ ପାଇଁ ଆୟୁଷ ଯାଦବ ଏବଂ ଲଖନପୁର ବ୍ଳକ୍ ପାଇଁ ଲକ୍ଷ୍ମଣ ନାଏକଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦେବୀପ୍ରସାଦ ମିଶ୍ରଙ୍କ ସ୍ବାକ୍ଷରରେ ଏହି ନିଯୁକ୍ତି ଆଦେଶ ଜାରି ହୋଇଛି। ଏହି ନୂତନ ନିଯୁକ୍ତି ଦ୍ୱାରା ଜିଲ୍ଲାରେ ଛାତ୍ର ଛାତ୍ର ସଂଗଠନର କାର୍ଯ୍ୟକଳାପ ଅଧୂକ ସୁସଂଗଠିତ ହେବା ସହ ଦଳୀୟ ସଂଗଠନକୁ ନୂତନ ଗତି ମିଳିବ ବୋଲି ଜିଲ୍ଲା ବିଜେଡି ପକ୍ଷରୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ