ଜୁଆଙ୍ଗ ଜନଜାତି ବୃଦ୍ଧା ଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ
କେନ୍ଦୁଝର, ୧୫ ନଭେମ୍ବର (ହି.ସ.) - ଜୁଆଙ୍ଗ ଜନଜାତି ୬୦ ବର୍ଷର ବୃଦ୍ଧା ଙ୍କୁ ଗଣଦୁଷ୍କର୍ମ ଅଭିଯୋଗ କଲେ ପରିବାର ଲୋକେ। ସୂଚନା ଅନୁଯାୟୀ ଗତ ୧୦ ତାରିଖ ମଙ୍ଗଳବାର ଦିନ ବେଣା ହାଟକୁ ସେ ଯାଇଥିଲେ। ଆଉ ସେ ଘରକୁ ଫେରି ନଥିଲେ । ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ବେଳେ ଜଙ୍ଗଲ ନିକଟ ରାସ୍ତା କଡ଼ର
Old


କେନ୍ଦୁଝର, ୧୫ ନଭେମ୍ବର (ହି.ସ.) - ଜୁଆଙ୍ଗ ଜନଜାତି ୬୦ ବର୍ଷର ବୃଦ୍ଧା ଙ୍କୁ ଗଣଦୁଷ୍କର୍ମ ଅଭିଯୋଗ କଲେ ପରିବାର ଲୋକେ। ସୂଚନା ଅନୁଯାୟୀ ଗତ ୧୦ ତାରିଖ ମଙ୍ଗଳବାର ଦିନ ବେଣା ହାଟକୁ ସେ ଯାଇଥିଲେ। ଆଉ ସେ ଘରକୁ ଫେରି ନଥିଲେ । ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ବେଳେ ଜଙ୍ଗଲ ନିକଟ ରାସ୍ତା କଡ଼ରେ ମୁର୍ମୁଷୁ ଅବସ୍ଥା ରେ ପଡି ରହିଥିଲେ। ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତେଲକୋଇ ମେଡିକାଲ ଓ ପରେ କେନ୍ଦୁଝର ତାପରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଦିଅର ଆଉ ଝିଅ କହିବା ଅନୁଯାୟୀ ଶୋଭା ହାଟରୁ ଫେରୁଥିବା ବେଳେ କିଛି ଦୁର୍ବୃତ ବେଣା ଗାଁ ଶୁଖିଲା ବନ୍ଧ ଜଙ୍ଗଲ ନିକଟରେ ଗଣ ଦୁଷ୍କର୍ମ ହୋଇଥିବା ନେଇ ଦିଅର ଓ ଝିଅ ପ୍ରକାଶ ଓ କରିଛନ୍ତି। ଏବେ ମୁର୍ମୁଷୁ ଅବସ୍ଥା ରେ କଟକ ବଡ଼ମେଡ଼ିକାଲ ରେ ଚିକିତ୍ସିତ ହେଉଥିବାବେଳେ ସେ କଥା କହି ପାରୁନାହାଁନ୍ତି କି ଆଖି ମଧ୍ୟ ଖୋଲୁନଥିବା ପରିବାର ପକ୍ଷରୁ ପରିବାର ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande