ପାଟଣା ରେ ସାଂସ୍କୃତିକ କୁଡୁମୀ ମାଦଳ ଶୋଭାଯାତ୍ରା
କେନ୍ଦୁଝର, ୧୫ ନଭେମ୍ବର (ହି.ସ.) - କୁଡୁମୀ ସମ୍ପ୍ରଦାୟ ଲୋକ ମାନଙ୍କ ମଧ୍ୟରେ ପାରମ୍ପାରିକ ବାଦନ ଶଦ୍ଦ ସହ ମାଦଳ ବାଦନ ନିକୁ ଭୁଲି ଯିବାକୁ ବସିଥିବା ବେଳେ ତାକୁ ମନେ ରଖିବା ପାଇଁ ପାଟଣା ସାଂସ୍କୃତିକ କୁଡୁମୀ ମାଦଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ବଜାର ବସଷ୍ଟାଣ୍ଡରୁ ଏକ
Patana


କେନ୍ଦୁଝର, ୧୫ ନଭେମ୍ବର (ହି.ସ.) - କୁଡୁମୀ ସମ୍ପ୍ରଦାୟ ଲୋକ ମାନଙ୍କ ମଧ୍ୟରେ ପାରମ୍ପାରିକ ବାଦନ ଶଦ୍ଦ ସହ ମାଦଳ ବାଦନ ନିକୁ ଭୁଲି ଯିବାକୁ ବସିଥିବା ବେଳେ ତାକୁ ମନେ ରଖିବା ପାଇଁ ପାଟଣା ସାଂସ୍କୃତିକ କୁଡୁମୀ ମାଦଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କେନ୍ଦୁଝର ଜିଲ୍ଲା ପାଟଣା ବଜାର ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ବାହାରି କୁଡୁମୀ ସମ୍ପ୍ରଦାୟ ମାଦାଳ ବାଦନ,ଗୀତ ନୃତ୍ୟ ସହିତ ସଅଁରାପଶି ସଭାସ୍ଥଳି ରେ ପହଂଚିଥିଲେ। ପାଟଣା ସାଂସ୍କୃତିକ କୁଡୁମୀ ମାଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ମଂଚ ପ୍ରଫୁଲ୍ଲ କୁମାର ମହାନ୍ତ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଛୋଟେ ଲାଲ ମହାନ୍ତ ଯୋଗଦାନ କରି କୁଡୁମୀ ସମ୍ପ୍ରଦାୟ ର ପରମ୍ପରା ଉପରେ ଅଭିଭାଷଣ ରଖିଥିଲେ। ମୁଖ୍ୟ ବକ୍ତା ଭାବେ କୁଡୁମାଲି ଗବେଷକ ଧନେଶ୍ୱର ମହାନ୍ତ ମଧ୍ୟ କିଡୁମାଲି ପରମ୍ପରା ଉପରେ ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ , ଦେଶ୍ ପ୍ରଧାନ କାହ୍ନୁ ଚରଣ ମହାନ୍ତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ କରୁଣା କର ମହାନ୍ତ,ପିତାମ୍ବର ମହାନ୍ତ,ସୁକାନ୍ତ ମହାନ୍ତ, କ୍ଷେତ୍ରବାସୀ ମହାନ୍ତ,ଖଗେଶ୍ୱର ମହାନ୍ତ,ମୋହନ ମହାନ୍ତ, ସଚିତ୍ର ମହାନ୍ତ, ନିରଞ୍ଜନ ମହାନ୍ତ, କୈଳାସ ମହାନ୍ତ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande