କୁଳୁମାଲି ସାଂସ୍କୃତିକ ସଂଗଠନ ପକ୍ଷରୁ ମାଦଲ ଶୋଭାଯାତ୍ରା
କେନ୍ଦୁଝର, 15 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଠାରେ ଆଜି କୁଳୁମାଲି ସାଂସ୍କୃତିକ ସଂଗଠନ ପକ୍ଷରୁ ଏକ ମାଦଳ ଶୋଭାଯାତ୍ରା ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇ ଯାଇଛି।ସାଧହୁପଡା ସ୍ଥିତ ସରକାରୀ ବସ ଷ୍ଟାଣ୍ଡ ନିକଟରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ବଜାର ପରିକ୍ରମା ପରେ ସଂରାପ
Kudumali


କେନ୍ଦୁଝର, 15 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଠାରେ ଆଜି କୁଳୁମାଲି ସାଂସ୍କୃତିକ ସଂଗଠନ ପକ୍ଷରୁ ଏକ ମାଦଳ ଶୋଭାଯାତ୍ରା ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇ ଯାଇଛି।ସାଧହୁପଡା ସ୍ଥିତ ସରକାରୀ ବସ ଷ୍ଟାଣ୍ଡ ନିକଟରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ବଜାର ପରିକ୍ରମା ପରେ ସଂରାପଶି ଠାରେ ପହଞ୍ଚି ଥିଲା।କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ମାଦଳ ବାଦକ ଯୋଗ ଦେଇ ମାଦଳ ବଜାଇ ଶୋଭାଯାତ୍ରାରେ ଯିବା ପରିବେଶ କୁ ଆକର୍ଷଣୀୟ କରିଥିଲା।ଶୋଭାଯାତ୍ରା ପରେ ସଂରାପଶି ଠାରେ କରୁଣାକର ମହାନ୍ତ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ବିଶିଷ୍ଟ କୁଡୁମି ନେତା ତଥା ସାମାଜିକ କର୍ମୀ ଛୋଟଲାଲ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୁଳୁମାଲି ଗବେଷକ ଧନେଶ୍ୱର ମହାନ୍ତ ଯୋଗ ଦେଇ ଡିଜେ ବାଦ୍ୟ କୁ ପରିତ୍ୟାଗ କରି ମାଦଳ ବାଦ୍ୟର ବହୁଳ ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ।ମାଦଳ ବାଦ୍ୟର ପରମ୍ପରା ଓ ଏହାର ସଂସ୍କୃତି ଇତିହାସ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ସଂମ୍ମାନୀତ ଅତିଥି ଭାବେ କୁଡୁମି ସମାଜ ଦେଶ ପଧାନ କାହୁ ଚରଣ ମହାନ୍ତ ଯୋଗ ଦେଇଥିବା ବେଳେ ସଙ୍ଗଠନ ର ପିତାମ୍ବର ମହାନ୍ତ, ସୁକାନ୍ତ ମହାନ୍ତ,କ୍ଷେତ୍ରବାସୀ ମହାନ୍ତ, ଖଗେଶ୍ବର ମହାନ୍ତ,ମୋହନ ମହାନ୍ତ, ସଚିତ୍ର ମହାନ୍ତ, ନିରଞ୍ଜନ ମହାନ୍ତ, କୈଳାସ ମହାନ୍ତ ପ୍ରମୁଖ ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।କାର୍ଯ୍ୟକ୍ରମ ରେ 2 ଶହ ପାଖାପାଖି ମାଦଳ ବାଦକ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ପ୍ରଫୁଲ୍ଲ ମହାନ୍ତ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande