
ଭୁବନେଶ୍ୱର, ୧୫
ନଭେମ୍ବର (ହି.ସ.)- ପବିତ୍ର ଛଠ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପବିତ୍ର ଛଠ ପୂଜା ଅବସରରେ
ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସୂର୍ଯ୍ୟଦେବଙ୍କ ଅପାର କୃପାରୁ ଆମ ସମସ୍ତଙ୍କ
ଜୀବନ ସୁସ୍ଥତା, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା