


ବଲାଙ୍ଗିର, 15 ନଭେମ୍ବର (ହି.ସ.)
ପ୍ରତି ବର୍ଷ ଭଳି ବଲାଙ୍ଗୀରରେ ତୃତୀୟ ଭାରତୀୟ ଜାତୀୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ରିଦିମ୍ ଫେଷ୍ଟ କଳା ଭାରତୀ ଏକାଡ଼େମୀ ଆନୁକୁଲ୍ୟରେ ରେ ଅନୁଷ୍ଠିତ ହୋଇଯାଇଛି I ବଲାଙ୍ଗୀର ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର ମଞ୍ଚ ଠାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଅତିଥି ନୃତ୍ୟ ଗୁରୁ ଏଲୁରୁ, ଆନ୍ଧ୍ର ପ୍ରଦେଶର ବିଶିଷ୍ଟ ଗୁରୁ ନାଟ୍ୟାଚାର୍ଯ୍ୟ ଡ. ଏଲ ଏନ ଡି. ହେମସୁନ୍ଦର , ଓଡିଶାର ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଜ୍ୟୋତି ରଞ୍ଜନ ଦାସ, ଅଖିଳ ଭାରତୀୟ ସଂଗଠନ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତ ର ସଭାପତି ଶ୍ରୀଯୁକ୍ତ ହରେକୃଷ୍ଣ ଭୋଇ, ବିଶିଷ୍ଟ ନୃତ୍ୟାଙ୍ଗନା ଓଡିଶୀ ନୃତ୍ୟ ଗୁରୁ ରେଶମI ରାଣୀ ଦାସ ଓ ଓଡିଶାର ପ୍ରଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀ ଗୁରୁ ଡ. ବିଶ୍ଵଜିତ ଦାଶ ଙ୍କ ଦ୍ଵାରା ଆଦି ଦେବ ଭଗବାନ ନଟରାଜ ଓ ମହା ପ୍ରଭୁ ଜଗନ୍ନାଥ ଉଦ୍ଦେଶ୍ୟ ରେ ପୂଜାର୍ଚ୍ଚନା ତଥା ଦ୍ଵୀପ ପ୍ରଜ୍ଵଳନ କରା ଯାଇଥିଲା। ଏହାପରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା I ଏହି ମହୋତ୍ସବରେ ରେ ଭାରତର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଟିତ ଗୁରୁ ତଥା ଅନେକ ନୃତ୍ୟ ଶିଳ୍ପୀ ମାନେ ଯୋଗ ଦେଇ ତାଙ୍କର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଯେଉଁଥିରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କୁଚିପୁଡ଼ି, ଭାରତ ନାଟ୍ୟମ, ଓଡ଼ିଶୀ, କଥକ ଭଳି ନୃତ୍ୟ କଳାକାର ମାନେ ପ୍ରଦେଶ କରି ଲୋକଙ୍କ ମନ ମୋହି ନେଇଥିଲେ। ଏହି ସନ୍ଧ୍ୟାରେ ବିଭିନ୍ନ ପ୍ରତିଭା ମାନଙ୍କୁ ନୃତ୍ୟ ପୟସ୍ୱିନୀ ସମ୍ମାନ ରେ ସମ୍ବର୍ଦ୍ଧିତ କରା ଯାଇଥିଲା I ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆଇନ୍ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର, ସମ୍ମାନୀତ ଅତିଥି ଭାବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଅଧ୍ୟକ୍ଷ ଶ୍ରୀଯୁକ୍ତ କ୍ଷମାନିଧି ଝାଙ୍କର ଏବଂ ଯୁଧିଷ୍ଠିର ଆଇନ୍ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ସଂଜୀବ କୁମାର ପ୍ରଧାନ ଯୋଗ ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ମାନଙ୍କୁ ମଧ୍ୟ ବିଭିନ୍ନ ସମ୍ମାନ ରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା I ଏକାଡେମୀ ର ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ପଟ୍ଟନାୟକ ଓ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ବରାଳଙ୍କର କଳାକାର ମାନଙ୍କ ପାଇଁ ଏମିତି ଏକ ମଞ୍ଚ ତିଆରି କରିବା ର ପ୍ରୟାସ କୁ କଳାକାର, କଳାପ୍ରେମୀ ତଥା ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି I ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପରମ୍ପରାର ପ୍ରଚାର ପ୍ରସାର, କଳାକାର ମାନଙ୍କୁ ମାନ୍ୟତା ତଥା ମଞ୍ଚ ର ଆବଶ୍ୟକତାକୁ ଦୃଷ୍ଟିରେ ରଖି କଳା ଭାରତୀ ଏକାଡେମୀ ପ୍ରତି ବର୍ଷ ଭାରତୀୟ ଜାତୀୟ ନୃତ୍ୟ ମହୋତ୍ସବ ଆୟୋଜନ କରିଥାଏ I ଏହି ମହୋତ୍ସବ କୁ ସଫଳ ରୂପାୟନ ଦେବାରେ ଏକାଡେମୀର ସଦସ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ସୁମିତ୍ରା ଦାଶ, ଶ୍ରୀମତୀ ମଧୁସ୍ମିତା ମିଶ୍ର, ଶ୍ରୀଯୁକ୍ତ ମାନସ ରଞ୍ଜନ ସାହୁ, ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ଶ୍ରୀଯୁକ୍ତ ମନୋଜ କୁମାର, ବାବୁ ସ୍ୱାଇଁ, ଶ୍ରୀମତୀ ରୀତା ଠାକୁର, ଶ୍ରୀଯୁକ୍ତ ରଞ୍ଜନ କୁମାର ଠାକୁର ପ୍ରମୁଖ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ