
ବଲାଙ୍ଗିର, 15 ନଭେମ୍ବର (ହି.ସ.) - ଓଶ୍ରୁ ବଲାଙ୍ଗିର ଜିଲ୍ଲା ର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ରେ ଅନୁଷ୍ଠିତ ହୋଇଛି । ଏହି ବାର୍ଷିକ ସମ୍ମିଳନୀରେ ସଂଗଠନର ବାର୍ଷିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ଏବଂ ବାର୍ଷିକ ଆୟ ର ହିସାବ ଉପସ୍ଥାପନା କରାଯାଇ ଗୃହିତ କରାଯାଇଥିଲା । ଏହି ସମ୍ମିଳନୀ କୁ ଜିଲ୍ଲା ସଭାପତି ସାଥି ବିକାଶ ରଂଜନ ପାତ୍ର, ଜିଲ୍ଲା ଉପସଭାପତି ସାଥି ଆକାଶ ମିଶ୍ର, ରାଜ୍ୟ ଉପସଭାପତି ସାଥି ଅନିରୁଦ୍ଧ ମହାପାତ୍ର ପରିଚାଳନା କରିଥିଲେ । ଜିଲ୍ଲା ସମ୍ପାଦକ ସାଥି ବାପୁନି କୁମାର ସାହୁ ସମ୍ପାଦନୀୟ ବିବରଣୀ ପରିବେଷଣ କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ସାଥି ସତ୍ୟ ନାରାୟଣ ରଥ ଆୟ ବ୍ୟୟ ର ହିସାବ ରଖିଥିଲେ । ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ସାଥି ଭାଷ୍କର ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀ ରେ ସହରର ସମ୍ମାନନନନୀୟ ଡା. ନରେନ୍ଦ୍ର କୁମାର ସାହୁ ଏବଂ ବଲାଙ୍ଗିର କେମିଷ୍ଟ ଓ ଡ୍ରଗିଷ୍ଟ ସଂଗଠନର ସଭାପତି ଓ ସମ୍ପାଦକ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଓଶ୍ରୁ ର ରାଜ୍ୟ ଉପସଭାପତି ସାଥି ଅନିରୁଦ୍ଧ ମହାପାତ୍ର, ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ସାଥି ଭାଷ୍କର ମିଶ୍ର ଏହି ସମ୍ମିଳନୀ ରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଶ୍ରମିକ ମାରଣନୀତି ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ମେଡିକାଲ ରିପ୍ରେଜେଣ୍ଟଟିଭ୍ ମାନେ କାର୍ଯ୍ୟକ୍ଷେତ୍ର ରେ ଭୋଗୁଥିବା ଦୈନନ୍ଦିନ ଅସୁବିଧା ଉପରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀ ରେ ଆଗାମୀ ବର୍ଷ ପାଇଁ ନୂତନ ଜିଲ୍ଲା କମିଟି ଗଠନ କରାଯାଇଛି । ଜିଲ୍ଲା ସଭାପତି ଭାବେ ସାଥି ବିକାଶ ପାତ୍ର, ଉପସଭାପତି ଭାବେ ସାଥି ଏମ୍.ଏ. ଖାନ, ଜିଲ୍ଲା ସମ୍ପାଦକ ସାଥି ବାପୁନି କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ସାଥି ସତ୍ୟ ନାରାୟଣ ରଥ ସର୍ବ ସମ୍ମତି ରେ ନିର୍ବାଚିତ ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ