ମୁକ୍ତାପୁର ଆଶ୍ରମ ବିଦ୍ୟାଳୟରେ ପି. ଏପି ବୈଠକ
କେନ୍ଦୁଝର, 15 ନଭେମ୍ବର (ହି.ସ.) ଘଟଗାଁ ବ୍ଲକ ଅଞ୍ଚଳ ମୁକ୍ତାପୁର ଆଶ୍ରମ ବିଦ୍ୟାଳୟରେ ଆଜି ପ୍ୟାରେଣ୍ଟସ ଆଜ ପାଟରନସ ବୈଠକ ପ୍ରଧାନଶିକ୍ଷକ ଧ୍ୟାନରଞ୍ଜନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଶିକ୍ଷକ ଘନଶ୍ୟାମ ମହାନ୍ତ କାର୍ଯକ୍ରମ ର ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ସ୍ବା
Muktpaur


କେନ୍ଦୁଝର, 15 ନଭେମ୍ବର (ହି.ସ.) ଘଟଗାଁ ବ୍ଲକ ଅଞ୍ଚଳ ମୁକ୍ତାପୁର ଆଶ୍ରମ ବିଦ୍ୟାଳୟରେ ଆଜି ପ୍ୟାରେଣ୍ଟସ ଆଜ ପାଟରନସ ବୈଠକ ପ୍ରଧାନଶିକ୍ଷକ ଧ୍ୟାନରଞ୍ଜନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଶିକ୍ଷକ ଘନଶ୍ୟାମ ମହାନ୍ତ କାର୍ଯକ୍ରମ ର ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସି. ଏଚ. ଓ ସୋନାଲୀ ବାରିକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଲାଲମୋହନ ନାଏକ, ବିଦ୍ୟାଳୟ ପରିଚାଳନା ସମିତି ଚେୟାରମ୍ୟାନ ବୀରବର ମୁଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ, ଅଭିଭାବକଓ ଶିକ୍ଷକ ମାନଙ୍କ ମଧ୍ୟରେ ସମନ୍ଵୟ କେମିତି ରହିବା ଉଚିତ ଓ ଜନଜାତି ଙ୍କୁ ମିଳୁଥିବା ଶିକ୍ଷ୍ୟା ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁବିଧା, ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ l ସହକାରୀ ଶିକ୍ଷକ ଲୋକନାଥ ନାଏକ, ବୈଲୋଚନ ସାହୁ ଓ ଡଲିଲତା ଦଳେଇ ପ୍ରମୁଖ କାର୍ଯକ୍ରମ ରେ ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କୁ ନେଇ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ ।ରଙ୍ଗୋଲି ଓ କୁଇଜି ପ୍ରତିଯୋଗୀତା ରେ ନୃତ୍ୟ ପ୍ରତିଯୋଗୀ ଙ୍କୁ ପୃରସ୍କୃତ କରାଯାଇଥିଲା ।ଏହି ଅବସରରେ। ବିଦ୍ୟାଳୟ ପରିସରରେ ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande