
ଝାରସୁଗୁ଼ଡା 15 ନଭେମ୍ବର (ହି.ସ.) ସ୍ଫୁଟି ଚୋରି ଅଭିଯୋଗରେ ବୁରୋମାଲ ଅଞ୍ଚଳର ପ୍ରିନ୍ସ କୁମାର (୨୧)ଙ୍କୁ ଟାଉନ୍ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ମାରଓ୍ବାଡ଼ି ପଡ଼ାର ଗୌତମ ଭଟ୍ଟଙ୍କ ଗତ ୧୨ତାରିଖ ରାତିରେ ନିଜ ଘର ସମ୍ମୁଖରେ ଓଡି-୨୩-ଟି-୯୪୨୪ ଟି-୯୪୨୪ ନମ୍ବର ନମ୍ବର ବିଶିଷ୍ଟ ଟିଭିଏସ୍ ଜୁପିଟର ସ୍କୁଟି ରଖୁଥିଲେ। ୧୩ ତାରିଖ ସକାଳେ ସ୍କୁଟି ଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଗୌତମ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ପରେ ପ୍ରିନ୍ସଙ୍କୁ ଗିରଫ କରିଥିଲା I
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ