
ସୁବର୍ଣପୁର, ୧୫ ନଭେମ୍ବର (ହି.ସ.) - ରେଆର ସୋନପୁର ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ଭିନ୍ନକ୍ଷମ ଶିଶୁ ମାନଙ୍କ ସୃଜନଶୀଳତା ର ମହାପର୍ବ କସ୍ତୁରୀ' ଆଜି ଶିଶୁ ଦିବସ ଅବସରରେ ଧୋବା ମୁଣ୍ଡ ସ୍ଥିତ ଅନୁଷ୍ଠାନ ର ମୂଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି । ପୂର୍ବାହ୍ନ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ , ସୁବର୍ଣ୍ଣପୁର ରାଜେନ୍ଦ୍ର କୁମାର ମାଝୀ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ, ଡକ୍ଟର ଉଷାରାଣୀ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ଜିଲ୍ଲା ଆଇନ ସେବା କର୍ତୃପକ୍ଷ ଦେବାଶିଷ ଦାସ, ନିର୍ଦ୍ଦେଶକ ସିଆର୍ ସି ବଲାଙ୍ଗୀର ଗୁରୁବକ୍ସ ଚାନ୍ଦ ଜାଗୋତା, ଅତିଥି ରୂପେ ଯୋଗଦେଇ କସ୍ତୁରୀ ର ଶୁଭେଚ୍ଛା ଜଣାଇଥିଲେ। ସଭ୍ୟା ହରି ପ୍ରିୟା ପାଣିଗ୍ରାହୀ, ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାନେତ୍ରୀ ପଦ୍ମିନୀ ବକ୍ସି ଓ ସଭାପତି ପ୍ରଫେସର ଅଶ୍ୱିନୀ କୁମାର ହୋତା ମଧ୍ୟ ସମ୍ବୋଧିତ କରିଥିଲେ। ଅନୁଷ୍ଠାନ ର ସହ ପ୍ରତିଷ୍ଠାତା ଅମ୍ବୁଜ ବିହାରୀ ଶତପଥୀ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ସଂପାଦକ ଅନଙ୍ଗ ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ। ବୈଷୟିକ ପର୍ଯ୍ୟାୟ ରେ ଶିଶୁ ମାନଙ୍କ ପାଇଁ, ଶିକ୍ଷଣ ସାଧନ,କାଗଜ ଖେଳ,ପଥର ପେଟିଂ, କଣ୍ଢେଇ ନାଚ ର ସୃଜନ କୋଣ ତଥା ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ତ୍ରିବିକ୍ରମ ପାଣ୍ଡିଆ ମଧ୍ୟ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।ଶେଷରେ ଭିନ୍ନକ୍ଷମ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ଗୀତାଞ୍ଜଳି ଦରୱାନ ସଂଯୋଜନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ